Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସ୍ୱଳ୍ପକାଳ ମୁଖ୍ୟମନ୍ତ୍ରୀ ତଥାପି ଚର୍ଚ୍ଚାରେ ଥିଲେ ଅଜୟ କୁମାର ବାନାର୍ଜୀ

    Share on :
    ajab-Image
    Date: Mar 12, 2021    Views: 6241

    ୧୯୦୧ ଅପ୍ରେଲ ୧୫ରେ ଜନ୍ମଗ୍ରହଣ କରିଥିବା ଅଜୟ କୁମାର ବାନାର୍ଜୀ ୧୯୮୬ ମେ’ ୨୭ରେ ମୃତୁ୍ୟବରଣ କରିଥିଲେ  । ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା ଭାବେ ଖ୍ୟାତି ଅର୍ଜନ କରିଥିବା ଅଜୟ କୁମାର ପଶ୍ଚିମବଙ୍ଗର ୪ର୍ଥ ଓ ଷଷ୍ଠ ମୁଖ୍ୟମନ୍ତ୍ରୀ ହୋଈଥିଲେ  । ସେ ୧୯୬୭ ମାର୍ଚ୍ଚରୁ ନଭେମ୍ବର ପର୍ଯ୍ୟନ୍ତ ଓ ୧୯୬୯ ଫେବୃଆରୀ ଓ ୧୯୭୦ ମାର୍ଚ୍ଚ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ ।

    ତାମଲୁକରେ ଜନ୍ମଗ୍ରହଣ କରିଥିବା ବାନାର୍ଜୀ ତାମ୍ରଲିପ୍ତ ଜାତୀୟ ସରକାରର ଜଣେ ପ୍ରମୁଖ ନେତା ଥିଲେ । ବିଶେଷକରି ୧୯୬୮ ବନ୍ୟା ବେଳେ ଦିନରାତି ସେ ଲୋକଙ୍କ ପାଖରେ ପହଁଚି ସେବା ଯୋଗାଇ ଆସି ଲୋକପ୍ରିୟ ହୋଇପାରିଥିଲେ  । ପ୍ରଣବ ମୁଖାର୍ଜୀଙ୍କର ସେ ରାଜନୈତିକ ଗଡ଼ଫାଦର ଥିଲେ ବୋଲି କୁହାଯାଏ  । ଇନ୍ଦିରା ଗାନ୍ଧୀ ଯେତେବେଳେ ତାଙ୍କୁ କେନ୍ଦ୍ର କ୍ୟାବିନେଟରେ ରହିବା ପାଇଁ କହିଥିଲେ ସେତେବେଳେ ସେ ବୟସାଧିକ୍ୟ କାରଣରୁ ମନା କରିଦେଇଥିଲେ  । କିନ୍ତୁ ପ୍ରଣବ ମୁଖାର୍ଜୀଙ୍କୁ କ୍ୟାବିନେଟରେ ନେବା ପାଇଁ ପରାମର୍ଶ ଦେଇଥିଲେ  ।

    ୧୯୭୭ରେ ତାଙ୍କୁ ପଦ୍ମବିଭୂଷଣରେ ଭୂଷିତ କରାଯାଇଥିଲା  । ସବୁଠୁ ଚର୍ଚ୍ଚିତ ଘଟଣା ହେଉଛି, ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ନିଜ ସରକାର ବିରୋଧରେ ବି ଆନେ୍ଦାଳନ କରିଥିଲେ । ସେ ପ୍ରଥମେ କଂଗ୍ରେସରେ ଥିଲେବି ପରେ ବାଂଲା କଂଗ୍ରେସରେ ସାମିଲ ହୋଇଥିଲେ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook