Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କାଜୋଲଙ୍କୁ ଜନ୍ମଦିନରେ ଏପରି ୱିସ୍ କଲେ ଅଜୟ

    Share on :
    ajab-Image
    Date: Aug 6, 2022    Views: 2817

    ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ କାଜୋଲଙ୍କର ଆଜି ହେଉଛି ଜନ୍ମଦିନ। କାଜୋଲ ଆଜି ନିଜର ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି। ବର୍ଷ ୧୯୭୪ରେ ଜନ୍ମ ହୋଇଥିବା କାଜୋଲ ବଲିଉଡର ଜଣେ ସୁନ୍ଦରୀ ଅଭିନେତ୍ରୀ, ଯିଏ କି ବଲିଉଡକୁ ବହୁତ ଗୁଡିଏ ହିଟ୍‌ ଫିଲ୍ମ ଦେଇଛନ୍ତି। ଏହାବ୍ୟତୀତ ସେ ଜଣେ ସ୍ତ୍ରୀ ଏବଂ ମାଆ ବି। କାଜୋଲ ଏବଂ ସୁପରଷ୍ଟାର ଅଜୟ ଦେବଗନଙ୍କ ଯୋଡିକୁ ବଲିଉଡରେ ବହୁତ ପସନ୍ଦ କରାଯାଏ। ଆଉ ଆଜି ଅଜୟନ ଦେବଗନ କାଜୋଲଙ୍କୁ ବହୁତ ସୁନ୍ଦର ଅନ୍ଦାଜରେ ଜନ୍ମଦିିନର ଶୁଭେଚ୍ଛା ଜଣାଇଛନ୍ତି।

    ଅଜୟ ଦେବଗନ ରାତି ଠିକ ୧୨ଟାରେ ଇନଷ୍ଟାଗ୍ରାମରେ ଏକ ବହୁତ ସୁନ୍ଦର ଭିଡିଓ ସେୟାର କରିଛନ୍ତି, ଯାହା କାଜୋଲଙ୍କ ଫଟୋକୁ ନେଇ ବନାଯାଇଛି। ଭିଡିଓର ଆରମ୍ଭ ଏକ ଫୋନ୍‌ କଲରୁ ହେଉଛି। ଦେଖିବାକୁ ମିଳୁଛି ଯେ ମୋବାଇଲରେ କାଜୋଲଙ୍କର ଫୋନ୍‌ ଆସୁଛି ଏବଂ ତାପରେ ଅଚାନକ କାଜୋଲଙ୍କ ବହୁତ ସାରା ଫଟୋ ଦେଖାଯାଉଛି। ତେବେ ଏହି ଭିଡିଓରେ କାଜୋଲ ରେଡ କଲରର ଥାଇ ଆଇ ସ୍ଲିଟ ଡ୍ରେସରେ ବହୁତ ସୁନ୍ଦର ଲାଗୁଛନ୍ତି।

    ଅଜୟ ଦେବଗନ ନିଜ ପୋଷ୍ଟ ସହିତ ଏକ ବହୁତ ବଢ଼ିଆ କ୍ୟାପ୍ସନ ବି ଦେଇଛନ୍ତି। ତେବେ କାଜୋଲଙ୍କର କ୍ୟାରିୟରଙ୍କ ବିଷୟରେ କଥା ହେବା ତ ଅଭିନେତ୍ରୀ ଯେତେବେଳେଳ ଫିଲ୍ମୀ ଦୁନିଆରେ ପାଦ ରଖିଥିଲେ ସେତେବେଳେ ସେ ମାତ୍ର ୧୬ ବର୍ଷରେ ଥିଲେ। କାଜୋଲଙ୍କ ଡେବ୍ୟୁ ଫିଲ୍ମ ଥିଲା ‘ବେଖୁଦୀ’, ଯାହା ବକ୍ସ ଅଫିସରେ ଏତେଟା କମାଲ ଦେଖାଇନଥିଲା। କିନ୍ତ କାଜୋଲଙ୍କ ଅଭିନୟକୁ ସମସ୍ତ ପସନ୍ଦ କଲେ। ଯାହା ପରେ ତାଙ୍କ ପାଖକୁ ଫିଲ୍ମର ଲାଇନ୍‌ ଲାଗିଲା। ତେବେ ତାଙ୍କ ଜନ୍ମଦିନରେ ତାଙ୍କୁ ହାପି ବାର୍ଥ ଡେ ଜଣାଛି କେନ୍ୟୁଜ ପରିବାର।

    Maximum 500 characters

    ବିଶେଷ View all

    Find Us on Facebook