Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ଐଶ୍ୱର୍ଯ୍ୟାଙ୍କୁ ଏମିତି ଗାଳି କଲେ ଅମିତାଭ, ଜାଣିଲେ ଆପଣ ହୋଇଯିବେ ଚକିତ

    Share on :
    ajab-Image
    Date: May 12, 2021    Views: 10501

    ନୂଆଦିଲ୍ଲୀ : ବଲିଉଡ଼ର ଆଙ୍ଗି୍ରମ୍ୟାନ ଭାବେ ପରିଚିତ ଅମିତାଭ ବଚ୍ଚନ କିନ୍ତୁ ବାସ୍ତବରେ ଭାରି ଶାନ୍ତ ସ୍ୱଭାବର  । ଜୀବନର ଅନେକ ଉତଥାନ ପତନ ଭିତରେ ବିଗ ବି ଏଯାଏଁ ବଲିଉଡ଼ରେ ନିଜର ଦବଦବା ଜାହିର କରିଆସୁଛନ୍ତି  । ବଡ଼ ବଡ଼ ସୋ’ର ଉପସ୍ଥାପକ ଭାବେ ତାଙ୍କୁ ହିଁ ଟିଭି ଚ୍ୟାନେଲମାନେ ବାଛୁଛନ୍ତି  । ଆଜିକାଲିର ସୁପରଷ୍ଟାରଙ୍କ ଠାରୁ ବି ତାଙ୍କର ଭାଉ ବହୁତ ବୋଲି ଆମେ ସମସ୍ତେ ଜାଣିଛେ  । ତେବେ ଐଶ୍ୱର୍ଯ୍ୟା ରାୟଙ୍କୁ ସେ ଏମିତି ଗାଳି କରିବେ ବୋଲି କେହିକେବେ ଭାବିନଥିବେ  ।

    ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ଼ର ଏମିତି ଜଣେ ଅଭିନେତ୍ରୀ ଯିଏ ଇଣ୍ଡଷ୍ଟି୍ରରେ ସକ୍ରିୟ ଥିବାବେଳେ ଯେତିକି ଚର୍ଚ୍ଚାରେ ଥିଲେ ଏବେ ସୁଗୃହିଣୀ ଭାବେ ବି ସେତିକି ଚର୍ଚ୍ଚା ସୃଷ୍ଟି କରିଛନ୍ତି  । ଆଉ ବିଗବି ବୋହୂ ଐଶ୍ୱର୍ଯ୍ୟାଙ୍କୁ ବହୁତ ଭଲ ପାଇଥା’ନ୍ତି  । କିନ୍ତୁ ଏକ ଆୱାଡର଼୍ ସୋ’ରେ ହଠାତ ଐଶ୍ୱର୍ଯ୍ୟାଙ୍କ ଉପରେ ବିଗ-ବି ଖପ୍ପା ହୋଇଯାଇଥିଲେ  । ଷ୍ଟାରଡଷ୍ଟ ଆୱାଡର଼୍ ଉତ୍ସବକୁ ଐଶ୍ୱର୍ଯ୍ୟା ନିଜ ଶ୍ୱଶୁରଙ୍କ ସହ ଯାଇଥିଲେ  । ସେତେବେଳେ ସିନେମା ଜଜବା ପାଇଁ ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିବାବେଳେ ପା’ ସିନେମା ପାଇଁ ପୁରସ୍କାର ପାଇଥିଲେ ବଚ୍ଚନ  । କିନ୍ତୁ ଆୱାଡର଼୍ ସୋ’ରେ ବିଗବିଙ୍କୁ ହଠାତ ହଗ କରିପକାଇଥିଲେ ଐଶ୍ୱର୍ଯ୍ୟା  । ଯାହାକି ଅମିତାଭଙ୍କୁ ଆଦୌ ଭଲ ଲାଗିନଥିଲା  । ଯେଉଁଥିପାଇଁ ସେ ଐଶ୍ୱର୍ଯ୍ୟାଙ୍କୁ କହିଥିଲେ, ‘ଆରାଧ୍ୟା ଭଳିଆ ବ୍ୟବହାର କରନାହିଁ’  । କିଛି ସମୟ ପାଇଁ ଐଶ୍ୱର୍ଯ୍ୟା ବିଗବିଙ୍କ ବ୍ୟବହାର ଦେଖି ଚକିତ ହୋଇଯାଇଥିଲେ  । କିନ୍ତୁ ବିଗ-ବି କାହିଁକି ଏଭଳି କହିଥିଲେ ତାହା ଜାଣିବା ପରେ ଐଶ୍ୱର୍ଯ୍ୟା ଭୁଲ ବୁଝିପାରିଥିଲେ  ।

    Maximum 500 characters

    ସିନେମା View all

    Find Us on Facebook