Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦୀପାବଳି ପରେ ଦିଲ୍ଲୀରେ ବାୟୁର ଗୁଣବତ୍ତା ଆହୁରି ଖରାପ

    Share on :
    ajab-Image
    Date: Nov 9, 2026    Views: 2414

    ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀରେ ବାୟୁର ଗୁଣବତ୍ତା ଆହୁରି ଖରାପ ହୋଇଯାଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ‘ଏୟାର କ୍ୱାଲିଟି ଇଣ୍ଡେକ୍ସ’ (AQI) ‘ଗମ୍ଭୀର’ (severe) ବର୍ଗରେ ପହଞ୍ଚିଛି। ସକାଳ ସମୟରେ ସହରର ବିଭିନ୍ନ ସ୍ଥାନରେ ଧୂଆଁ ଓ କୁହୁଡ଼ିର ଏକ ଆସ୍ତରଣ ଦେଖିବାକୁ ମିଳିଥିଲା, ଯାହା ଫଳରେ ଦୃଶ୍ୟମାନତା (visibility) ବହୁତ କମିଯାଇଥିଲା।

    କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ର ତଥ୍ୟ ଅନୁଯାୟୀ, ଭୋର ପ୍ରାୟ ୪ଟା ସମୟରେ ସୋନିଆ ବିହାର ମନିଟରିଂ ଷ୍ଟେଶନରେ AQI ୪୬୩ ଏବଂ ITO ମନିଟରିଂ ଷ୍ଟେଶନରେ ୪୦୬ ରେକର୍ଡ କରାଯାଇଥିଲାଯାହା ଉଭୟ ‘ଗମ୍ଭୀର’ ବର୍ଗ ଅନ୍ତର୍ଭୁକ୍ତ। ଏଥିସହିତ, ଇନ୍ଦ୍ରଲୋକ ସମେତ ବିଭିନ୍ନ ଅଞ୍ଚଳରେ ଧୂଆଁ ଓ କୁହୁଡ଼ିର ଏକ ଘନ ଆସ୍ତରଣ ଛାଇ ହୋଇଯାଇଥିଲା, ଯାହା ଯୋଗୁ ଦୃଶ୍ୟମାନତା ବହୁତ ମାତ୍ରାରେ ହ୍ରାସ ପାଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook