Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦୁର୍ଗା ପୂଜା

ମୁଖ୍ୟ ଖବର

    ନିଶାସକ୍ତ ପାଇଲଟ ବରଖାସ୍ତ

    Share on :
    ajab-Image
    Date: Sep 5, 2026    Views: 2420

    ନୂଆଦିଲ୍ଲୀ : ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ମୁଖ୍ୟ ପାଇଲଟଙ୍କ ନିଶା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ଏହି ମାମଲାର ତଦନ୍ତ କରୁଥିବା ବିମାନ ଦୁର୍ଘଟଣା ଯାଞ୍ଚ ବ୍ୟୁରୋ (ଏଏଆଇବି)ର ପ୍ରାରମ୍ଭିକ ରିପୋର୍ଟରୁ ଏହି ସୂଚନା ମିଳିଛି। ଏହା ପରେ ଏୟାର ଇଣ୍ଡିଆ କଠୋର ପଦକ୍ଷେପ ଗ୍ରହଣ କରି ପାଇଲଟଙ୍କୁ ତତ୍କାଳ ପ୍ରଭାବରେ ବରଖାସ୍ତ କରିଦେଇଛି। ଏୟାରଲାଇନ ପକ୍ଷରୁ କୁହାଯାଇଛି ଯେ ସୁରକ୍ଷା ନିୟମ, ସୁସ୍ଥତା ଓ ନିୟାମକ ଆବଶ୍ୟକତା ଉଲ୍ଲଙ୍ଘନ ମାମଲାରେ କମ୍ପାନୀ ଶୂନ୍ୟ ସହନଶୀଳ ନୀତି ଆପଣାଇ ଏହି ପଦେକ୍ଷପ ନେଇଛି।
    ସୂଚନାଯୋଗ୍ୟ ଯେ ଅଗଷ୍ଟ ୪ରେ ଏଆଇ୨୩୭୯ ବିମାନଟି ଓଡ଼ିଶା ଉପର ଦେଇ ଯାଉଥିବାବେଳେ ହଠାତ ୩୦୦ ଫୁଟ ତଳକୁ ଖସି ଆସିଥିଲା। ଏହା ଫଳରେ ୨୪ ଯାତ୍ରୀ ଓ ଚାଳକ ଦଳର ସଦସ୍ୟ ଆହତ ହୋଇଥିଲେ। ବିମାନର ମଧ୍ୟ କ୍ଷତି ହୋଇଥିଲା। ଏ ସମୟରେ ବିମାନରେ ୧୪୫ ଯାତ୍ରୀ ଯାତ୍ରା କରୁଥିଲେ। ସେହିପରି ଏଏଆଇବିର ତଦନ୍ତରୁ ଜଣାପଡ଼ିଛି ଯେ ଉଡ଼ାଣ ସମୟରେ ଏୟାରବସ ବିମାନର ତିନିଟି ଯା’କ ହାଇଡ୍ରୋଲିକ ସିଷ୍ଟମ ବନ୍ଦ ହୋଇଯାଇଥିଲା।
    ଏଥିପାଇଁ ଅଟୋପାଇଲଟ ବନ୍ଦ ହୋଇ ସତର୍କ କରାଉଥିବା ଆଲାର୍ମ ବାଜି ଥିଲା। ପ୍ରଥମେ ସହ-ପାଇଲଟ ବିମାନ ଉଡ଼ାଉ ଥିଲେ। ପରେ ମୁଖ୍ୟ ପାଇଲଟ (ପିଆଇସି) କମାଣ୍ଡ ସମ୍ଭାଳି ଥିଲେ। ଏହା ପରେ ବିମାନ ଧାର୍ଯ୍ୟ ଉଚ୍ଚତାରୁ ୩୭୨ ଫୁଟ ଉପରକୁୁ ଓ ୨୯୨ ଫୁଟ ତଳକୁ ଆସି ଯାଇଥିଲା। ଧୀରେ ଧୀରେ ହାଇଡ୍ରୋଲିକ ସିଷ୍ଟମ କାମ କରି ବିମାନ ପୂର୍ବାବସ୍ଥାକୁ ଫେରି ଥିଲା। ଏହି ଅଘଟଣ ଘଟିବା ସମୟରେ ବିମାନର ସିଟ୍ ବେଲ୍ଟ ସଙ୍କେତ ଆସି ନ ଥିଲା। ତେେବ ଚୂଡ଼ାନ୍ତ ରିପୋର୍ଟ ଆସିଲା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଏଏଆଇବି ପକ୍ଷରୁ କୁହାଯାଇଛି।

    Maximum 500 characters

    ଦୁର୍ଗା ପୂଜା View all

    Find Us on Facebook