Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପାକିସ୍ତାନର ଏଫ୍ ୧୬- ସହ ୧୦ ଫାଇଟର ଜେଟ୍ ନଷ୍ଟ କରିଛୁ : ବାୟୁସେନା ମୁଖ୍ୟ

    Share on :
    ajab-Image
    Date: Oct 3, 2025    Views: 3433

    ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାର ୯୩ ତମ ସ୍ଥାପନା ଦିବସ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏୟାର ଚିଫ୍ ମାର୍ଶଲ ପାକିସ୍ତାନର ପୋଲ୍ ଖୋଲି ଦେଇଛନ୍ତି। ସେ କହିଛନ୍ତି, ‘ଅପରେସନ୍ ସିନ୍ଦୁର’ ବେଳେ ଆମେ ପାକିସ୍ତାନର ବିମାନ ବନ୍ଦର ଓ ବହୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ଏହି ଅପରେସନ୍‌ରେ ପ୍ରାୟ ୧୨ଟି ପାକିସ୍ତାନୀ ବିମାନ ନଷ୍ଟ କରି ଦିଆଯାଇଛି। ଯାହା ଭିତରେ ୯-୧୦ ଫାଇଟର ଜେଟ୍ ଥିଲା। ସେ ପାକିସ୍ତାନକୁ କଟାକ୍ଷ କରି କହିଛନ୍ତି, ଭାରତୀୟ ବିମାନକୁ ନେଇ ଯେଉଁ ମନୋହର କାହାଣୀ କହୁଛି ତାହା ଚାଲିଥାଉ।
    ୭ ମଇରୁ ୧୦ ମଇ ପର୍ଯ୍ୟନ୍ତ ଚାଲିଥିବା ‘ଅପରେସନ୍ ସିନ୍ଦୂର’ ର ପହଲଗାମ୍‌ରେ ହୋଇଥିବା ଆତଙ୍କୀ ଆକ୍ରମଣର ଜବାବ୍‌ରେ ଆରମ୍ଭ କରାଯାଇଥିଲା। ଆଇଏଏଫ୍ ଚିଫ୍ କହିଛନ୍ତି, ଏହି ଅପରେସନରେ ଭାରତ ପକ୍ଷରୁ ପାକିସ୍ତାନ ଉପରେ ଜୋରସାର ଏୟାରଷ୍ଟ୍ରାଇକ୍ ହୋଇଥିଲା। ଯେଉଁଥିରେ ବାହାବଲପୁରରେ ଜୈଶ-ଇ-ମହମ୍ମଦର ମୁଖ୍ୟାଳୟକୁ ଟାର୍ଗେଟ କରିଥିଲା। ବାୟୁସେନା ମୁଖ୍ୟଙ୍କ କହିବା ଅନୁସାରେ, ଭାରତର ଆକ୍ରମଣରେ ପାକିସ୍ତାନରେ ଅତି କମ୍‌ରେ ୪ଟି ସ୍ଥାନରେ ରାଡାର ସିଷ୍ଟମ, ଦୁଇଟି ସ୍ଥାନରେ କମାଣ୍ଡ ଓ କନଟ୍ରୋଲ ସେଣ୍ଟର, ଦୁଇଟି ବିମାନ ବନ୍ଦରର ରନଓ୍ବେ ଓ ତିନୋଟି ଅଲଗା ଅଲଗା ଆଡ୍ଡାର ତିନୋଟି ହ୍ୟାଙ୍ଗର କ୍ଷତିଗ୍ରସ୍ତ ହୋଇଛି। ଏହାଛଡା ଏକ ସି-୧୩୦ ଶ୍ରେଣୀର ବିମାନ ଓ ୪ରୁ ୫ଟି ଫାଇଟର ଜେଟ୍, ଯାହା ଭିତରେ ସମ୍ଭବତ ଏଫ୍‌-୧୬ ରହିଛି,ଯାହାକି ନଷ୍ଟ ହୋଇଯାଇଛି। ଏହି ବିମାନ ସେହି ସମୟରେ ରକ୍ଷଣାବେକ୍ଷଣ ପାଇଁ ରହିଥିଲା।
    ବାୟୁସେନା ମୁଖ୍ୟ ଆହୁରି କହିଛନ୍ତି ଯେ, ଆମ ସିଷ୍ଟମରୁ ମିଳିଥିବା ସୂଚନା ଅନୁସାରେ ଏହା ସ୍ପଷ୍ଟ ଯେ, ଅପରେସନ୍ ସିନ୍ଦୂରରେ ପାକିସ୍ତାନର ସାମରିକ କ୍ଷମତାକୁ ଖୁବ୍ କ୍ଷତି ହୋଇଛି। ଏହି ଅପରେସନ୍‌ ଭାରତୀୟ ବାୟୁସେନାର ଶକ୍ତି ଓ ରଣନୀତି କ୍ଷମତାକୁ ପୁଣିଥରେ ପ୍ରମାଣିତ କରିଛି। ଆମର ଲମ୍ବା ଦୂରଗାମୀ ମିସାଇଲ ସିଷ୍ଟମ, ବିଶେଷ କରି  ନିକଟରେ ପାଇଥିବା ଏସ୍-୪୦୦ ଗେମ ଚେଞ୍ଜର ପ୍ରମାଣିତ ହୋଇଥିଲା। ଏହାର ରେଞ୍ଜ ପାକିସ୍ତାନ ବିମାନକୁ ୩୦୦ କିଲୋମିଟର ଦୂରରୁ ଧ୍ବଂସ କରିଦେଉଥିଲା। ଯଦି ପାକିସ୍ତାନକୁ ଲାଗୁଛି ସେ, ୧୫ଟି ଭାରତୀୟ ବିମାନ ନଷ୍ଟ କରିଛି, ତେବେ ତାକୁ ଭାବିବାକୁ ଦିଆଯାଉ।  

    Maximum 500 characters

    ଦେଶ ବିଦେଶ View all

    Find Us on Facebook