ମୁଖ୍ୟ ଖବର
ଭୁବନେଶ୍ୱର: ଭୁବନେଶ୍ୱର AIIMSରେ ହିନ୍ଦୀ କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ଲାଗୁ ବୋଲି ଭୁବନେଶ୍ୱର AIIMS ନିଦେ୍ର୍ଧଶିକା ବି.ଗୀତାଞ୍ଜଳି ସ୍ପଷ୍ଟ କରିଛନ୍ତି । AIIMSରେ ହିନ୍ଦୀ ଭାଷା ପ୍ରଚଳନ ଦ୍ୱନ୍ଦ୍ୱ ପ୍ରସଙ୍ଗରେ ବିଜେଡି ସାଂସଦ ପ୍ରତିନିଧିମାନେ ଭେଟିବା ପରେ AIIMS ନିଦେ୍ର୍ଧଶିକା ବି. ଗୀତାଞ୍ଜଳି ଏହା ସ୍ପଷ୍ଟ କରିଛନ୍ତି ।
ସେ କହିଛନ୍ତି ଯେ, ଭୁବନେଶ୍ୱର AIIMSରେ ହିନ୍ଦୀ କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ଲାଗୁ । ଯେଉଁମାନେ ହିନ୍ଦୀ ମିଡିୟମରେ ପଢିଛନ୍ତି, କେବଳ ସେମାନଙ୍କ ପାଇଁ ଲାଗୁ । ରୋଗୀଙ୍କ ଫର୍ମ ପୂରଣ ଓଡ଼ିଆ ଓ ଇଂରାଜୀ ଭାଷାରେ ହିଁ ହେଉଛି । ଏମିତି କି ଆମେ ଡାକ୍ତରୀ ଏବଂ ନର୍ସିଂ ପିଲାଙ୍କୁ ଓଡ଼ିଆ ଭାଷା ପଢାଉଛୁ । ନିଦେ୍ର୍ଧଶନାମାକୁ ଭୁଲ ତର୍ଜମା କରାଯାଉଛି ବୋଲି AIIMS ନିଦେ୍ର୍ଧଶିକା ବି ଗୀତାଞ୍ଜଳି କହିଛନ୍ତି ।
ପୂର୍ବରୁ ଭୁବନେଶ୍ୱର AIIMSରେ ଅଫିସ କାର୍ଯ୍ୟରେ ହିନ୍ଦୀ ବାଧ୍ୟତାମୂଳକ ପ୍ରସଙ୍ଗରେ ପ୍ରତିକି୍ରୟା ରଖିଥିଲେ ବିଜେଡି ସାଂସଦ ପିନାକୀ ମିଶ୍ର । AIIMSରେ ହିନ୍ଦୀ ଗ୍ରହଣୀୟ ନୁହେଁ ବୋଲି ପିନାକୀ ମିଶ୍ର କହିଥିଲେ । AIIMSରେ ହିନ୍ଦୀ ବ୍ୟବହାର ନିଷ୍ପତ୍ତିକୁ ଆମେ ବିରୋଧ କରୁଛୁ । ଏହା ଗ୍ରହଣୀୟ ନୁହେଁ । ଓଡ଼ିଶା ଲୋକେ କାହିଁକି ହିନ୍ଦୀ ଗ୍ରହଣ କରିବେ ବୋଲି ସେ ପ୍ରଶ୍ନ କରିଥିଲେ । ଏଥିସହ ଏନେଇ ଆମେ AIIMSକର୍ତ୍ତୃପକ୍ଷଙ୍କୁ ଅବଗତ କରିବାକୁ ବୋଲି ଶ୍ରୀ ମିଶ୍ର କହିଥିଲେ ।
Comments ସମସ୍ତ ମତାମତ