Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବୈଷୟିକ ଶିକ୍ଷାନୁଷ୍ଠାନ, ଡିସେମ୍ବର ପହିଲାରୁ ପାଠପଢ଼ା

    Share on :
    ajab-Image
    Date: Nov 20, 2020    Views: 4182

    ଭୁବନେଶ୍ୱର: ବୈଷୟିକ ଶିକ୍ଷାନୁଷ୍ଠାନର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଡିସେମ୍ବର ପହିଲାରୁ ଆରମ୍ଭ ହେବା ପୂର୍ବରୁ ଏହା ନଭେମ୍ବର ୧ ରୁ ଆରମ୍ଭ କରିବାକୁ ଅଲଇଣ୍ଡିଆ କାଉନସିଲ ଫର ଟେକ୍ନୋଲୋଜି ଏଜୁକେସନ (ଏଆଇସିଟିଇ) ପକ୍ଷରୁ ଏହା ଅଧୀନ ବିଶ୍ୱ ବିଦ୍ୟାଳୟ ଓ କଲେଜଗୁଡ଼ିକୁ କୁହାଯାଇଥିଲା । ତେବେ ଆଇଆଇଟି, ଏନଆଇଟି ପରି ଶିକ୍ଷାନୁଷ୍ଠାନରେ ନାମଲେଖା ପ୍ରକି୍ରୟା ବିଳମ୍ବ ହୋଇଥିବାରୁ ଶିକ୍ଷା ବର୍ଷରେ ପରିବର୍ତ୍ତନ କରିବାକୁ ଅଧିକାଂଶ ରାଜ୍ୟ ପ୍ରସ୍ତାବ ଦେଇଥିଲା । ଏଆଇସିଟିର ପକ୍ଷରୁ ପ୍ରସ୍ତାବ ଗୁଡ଼ିକୁ ଅନୁଧ୍ୟାନ କରାଯିବା ପରେ ଶିକ୍ଷାବର୍ଷରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପିଜିଡିଏମ/ପିଜିସିଏମ ବ୍ୟତୀତ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ସିଟ ବାତିଲ ସହ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ସମୟ ସୀମାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ନଭେମ୍ବର ୧୦ ବୋଲି ଧାର୍ଯ୍ୟ ହୋଇଥିଲା । ସେହିପରି ବୈଷୟିକ ଶିକ୍ଷାନୁଷ୍ଠାନରେ ଖାଲିଥିବା ସିଟରେ ନାମଲେଖାର ଶେଷ ତାରିଖ ନଭେମ୍ବର ୧୫କୁ ଧାର୍ଯ୍ୟ ହୋଇଥିଲା । ଏବେ ତାହାକୁ ଡିସେମ୍ବର ୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବା ଏଆଇସିଟିଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook