ମୁଖ୍ୟ ଖବର
ଭୁବନେଶ୍ୱର : ଆକାଶ ମାର୍ଗରୁ ମହାବାତ୍ୟା ଅମପନର କ୍ଷୟକ୍ଷତି ଆକଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ମହାବାତ୍ୟା ଯୋଗୁ ବହୁ କ୍ଷୟକ୍ଷତି ହୋଇଥିବାରୁ ନବୀନ ଉଦବେଗ ପ୍ରକାଶ କରିଛନ୍ତି ! ବିଶେଷକରି ଫସଲ ନଷ୍ଟ ହୋଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି ! ଯୁଦ୍ଧକାଳୀନ ଭିତ୍ତିରେ ଭିତିଭୂମିର ପୁନଃ ଉଦ୍ଧାର ସହ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ନିର୍ଦେଶ ଦେଇଛନ୍ତି ! ଆସନ୍ତାକାଲି ସୁଦ୍ଧା ରାସ୍ତା ସଫା କରି ଗମନାଗମନର ବ୍ୟବସ୍ଥା କରିବାକୁ ନବୀନ ନିର୍ଦେଶ ଦେଇଛନ୍ତି ! ସେହିପରି 24 ଘଣ୍ଟା ମଧ୍ୟରେ ସେସୁ ଅଂଚଳରେ ଓ 72 ଘଣ୍ଟା ମଧ୍ୟରେ ନେସ୍କୋ ଅଂଚଳରେ ବିଜୁଳି ସରବରାହ ସ୍ୱାଭାବିକ କରିବାକୁ ନିର୍ଦେଶ ଦିଆଯାଇଛି ! ଅପରପକ୍ଷରେ 3 ଦିନ ମଧ୍ୟରେ ଫସଲ କ୍ଷୟକ୍ଷତି ଆକଳନ ସହ ସପ୍ତାହକ ମଧ୍ୟରେ ଗୃହ କ୍ଷୟକ୍ଷତି ସଂକ୍ରାନ୍ତୀୟ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି ! ମହାବାତ୍ୟା ଯୋଗୁଁ 89 ବ୍ଲକର 44 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ! ଏହି ଅବକାଶରେ ନବୀନ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତି ନେଇ ଉଦବେଗ ପ୍ରକାଶ କରିଛନ୍ତି ! ପଶ୍ଚିମବଙ୍ଗବାସୀଙ୍କ ସହ ଓଡିଶା ଥିବାବେଳେ ସେଠାକାର ମୁଖ୍ୟ ସଚିବଙ୍କ ସହ ଯୋଗସୂତ୍ର ରଖିବାକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦେଶ ଦିଆଯାଇଛି !
Comments ସମସ୍ତ ମତାମତ