Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏଡିଆର୍ ରିପୋର୍ଟ: କେରଳରେ ୩୩୯ କୋଟିପତି ପ୍ରାର୍ଥୀ, ୩୮%ଙ୍କ ବିରୋଧରେ ଅପରାଧିକ ମାମଲା

    Share on :
    ajab-Image
    Date: Apr 5, 2026    Views: 3011

    ତିରୁଅନନ୍ତପୁରମ୍: କେରଳ ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୯ ଜଣ କୋଟିପତି । ଅର୍ଥାତ୍ ପ୍ରତି ୫ ଜଣରେ ଜଣେ କୋଟିପତି । ସେହିଭଳି ୩୮% ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏମାନଙ୍କ ମଧ୍ୟରୁ ସର୍ବାଧିକ ୭୨ ପ୍ରାର୍ଥୀ କଂଗ୍ରେସରୁ ଅଛନ୍ତି । ବିଜେପିର ୫୯ ଓ ସିପିଆଇ(ଏମ୍)ର ୫୧ ପ୍ରାର୍ଥୀଙ୍କ ବିରୋଧରେ ଏହି ମାମଲା ରହିଛି । ସେହିଭଳି ୨୩%ଙ୍କ ବିରୋଧରେ ହତ୍ୟା ଓ ବଳାତ୍କାର ଭଳି ସଙ୍ଗିନ ମାମଲା ଅଛି । ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍) ରିପୋର୍ଟରୁ ଏହା ଜଣାପଡ଼ିଛି । ମୋଟ ୮୮୩ ପ୍ରାର୍ଥୀଙ୍କ ପକ୍ଷରୁ ଦାଖଲ ସତ୍ୟପାଠକୁ ବିଶ୍ଳେଷଣ କରି ଏଡିଆର୍ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ୨୦୨୧ରେ ଅନୁଷ୍ଠିତ ନିର୍ବାଚନରେ ୨୭% ପ୍ରାର୍ଥୀ କୋଟିପତି ଥିଲେ ।
    ୨୦୨୬ରେ ଏହା ବଢ଼ି ୩୯% ହୋଇଛି । ଅର୍ଥାତ ୫ ବର୍ଷରେ କୋଟିପତି ପ୍ରାର୍ଥୀ ସଂଖ୍ୟା ୪୮% ବୃଦ୍ଧି ପାଇଛି । ରିପୋର୍ଟ ଦର୍ଶାଇଛି, ୫୪% ପ୍ରାର୍ଥୀ ସ୍ନାତକ କରିନାହାନ୍ତି । ୪୮%ଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ । ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୯ରେ ମତଦାନ ହେବ । ମେ ୪ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଏଡିଆର୍ ରିପୋର୍ଟ ମୁତାବକ, କଂଗ୍ରେସ, ବିଜେପି ଏବଂ ସିପିଆଇର ୨୫୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୮୨ ଜଣଙ୍କ ବିରୋଧରେ ଅପରାଧିକ ମାମଲା ଚାଲୁଛି । ୧୭ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ମାମଲା ରହିଛି । ୧୫ ଜଣଙ୍କ ଉପରେ ମହିଳା ବିରୋଧୀ ଅପରାଧ ମାମଲା ରହିଛି । ଅଲପୁଝା ଜିଲ୍ଲାର କୁଟ୍ଟୁନାଡ଼ ଆସନରୁ ଲଢ଼ୁଥିବା କେରଳ କଂଗ୍ରେସର ରେଜୀ ଚେରିଏନ୍ ସବୁଠୁ ଧନୀ ପ୍ରାର୍ଥୀ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୨୧୮ କୋଟି ଟଙ୍କା ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook