Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏଡିଆର୍ ରିପୋର୍ଟ: ୨୦୨୪-୨୦୨୫ରେ ବିଜେପି ଆୟ ୬,୭୬୯ କୋଟି

    Share on :
    ajab-Image
    Date: Mar 6, 2026    Views: 3055

    ନୂଆଦିଲ୍ଲୀ: ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ (ଏଡିଆର୍) ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ଜାତୀୟ ଦଳଗୁଡ଼ିକର ଆୟ ତଥ୍ୟ ଜାରି କରିଛି । ରିପୋର୍ଟ ଅନୁସାରେ, ୨୦୨୪-୨୫ରେ ବିଜେପିର ମୋଟ ଆୟ ୬,୭୬୯.୧୪ କୋଟି ଟଙ୍କା ଥିଲା । ୬ଟି ଜାତୀୟ ଦଳର ମୋଟ ଆୟର ୮୫% ଅଂଶ କେବଳ ବିଜେପି ପାଖରେ ରହିଛି। ପୂର୍ବ ବର୍ଷ ତୁଳନାରେ ବିଜେପିର ଆୟ ୫୫.୯୫% ଓ କଂଗ୍ରେସଠାରୁ ପ୍ରାୟ ୭ ଗୁଣା ଅଧିକ ।

    ୬ଟି ଦଳ ଯଥା ବିଜେପି, କଂଗ୍ରେସ, ସିପିଆଇ(ଏମ୍), ଆପ୍, ବସପା ଏବଂ ନ୍ୟାସନାଲ ପିପୁଲ୍ସ ପାର୍ଟିର ମୋଟ ଆୟ ୭,୯୬୦ କୋଟି ଟଙ୍କା ରହିଛି । ପୂର୍ବ ବର୍ଷ ତୁଳନାରେ ଦଳଗୁଡ଼ିକର ମୋଟ ଆୟରେ ୪୧.୩୫% ବୃଦ୍ଧି ଦେଖାଦେଇଛି । ଏଡିଆର୍ ରିପୋର୍ଟ ଅନୁସାରେ, ୨୦୨୪-୨୫ରେ କଂଗ୍ରେସର ଆୟ ୯୧୮.୨୮ କୋଟି ଟଙ୍କାକୁ ଖସିଛି, ଯାହା ୨୦୨୩-୨୪ରେ ୧,୨୩୦.୭୩ କୋଟି ଟଙ୍କା ରହିଥିଲା । ଆପ୍ର ଆୟ ୭୩.୨୦% ବଢ଼ିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook