Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସ୍ନାତକ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆବେଦନ ସମୟ ସୀମା ବୃଦ୍ଧି

    Share on :
    ajab-Image
    Date: Jun 11, 2026    Views: 2535

    ଭୁବନେଶ୍ୱର : ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ହୋଇଛି। ଛାତ୍ରଛାତ୍ରୀମାନେ ଜୁନ୍ ୧୬ତାରିଖ ଯାଏଁ ସାମ୍ସ ପୋର୍ଟାଲକୁ ଯାଇ ସ୍ନାତକ ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜୁନ୍ ୨୨ତାରିଖ ଅପରାହ୍ନ ୨ଘଟିକାରେ ପ୍ରଥମ ମେଧା ତାଲିକା ପ୍ରକାଶିତ ହେବ।

    ଶିକ୍ଷା ବର୍ଷ ୨୦୨୬-୨୭ପାଇଁ ସ୍ନାତକ ଶ୍ରେଣୀରେ ନାମ ଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷା ନୀତି-୨୦୨୦ଆଧାରରେ କରାଯିବ। ଜାତୀୟ ଶିକ୍ଷା ନୀତି-୨୦୨୦ଅନୁସାରେ, ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ କମନ୍ ଆପ୍ଲିକେସନ ଫର୍ମ ପୂରଣ କରିବା ସମୟରେ ନିଜ ପସନ୍ଦ ଅନୁଯାୟୀ ମୁଖ୍ୟ ବିଷୟ, ଉପ ବିଷୟ (ମେଜର, ମାଇନର ସବଜେକ୍ଟ) ଚୟନ କରିପାରିବେ। ଆପରେଣ୍ଟିସିପ୍ ଏମବେଡ଼େଡ଼ ଡିଗ୍ରୀ ପାଠ୍ୟକ୍ରମ ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଉକ୍ତ ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ।

    ଏଥିସହ ଶିକ୍ଷାବର୍ଷ ୨୦୨୬-୨୭ରେ ସ୍ନାତକ ପାଠ୍ୟକ୍ରମକୁ ଆସନ୍ତା ଜୁଲାଇ ମାସ ୧୦ତାରିଖ (୧୦ ଜୁଲାଇ,୨୦୨୬ ରିଖ) ସୁଦ୍ଧା ଆରମ୍ଭ କରାଯିବାପାଇଁ ଲକ୍ଷ୍ୟ ରଖାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook