Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜୁଲାଇରୁ ସ୍ନାତକ ଓ ସ୍ନାତକୋତ୍ତର ନାମଲେଖା ଆବେଦନ!

    Share on :
    ajab-Image
    Date: May 23, 2020    Views: 4053

    ଭୁବନେଶ୍ୱର: ଆସନ୍ତା ଜୁଲାଇ ପହିଲାରୁ ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରକି୍ରୟା ଆରମ୍ଭ ହେବ । ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନଥିଲେ ମଧ୍ୟ ପ୍ରକି୍ରୟା ଆରମ୍ଭ କରାଯାଇଛି । ନାମଲେଖାକୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବୈଷୟିକ ପ୍ରସ୍ତୁତି ଆରମ୍ଭ ହୋଇଛି ।

    ଓଡ଼ିଶା କମ୍ପୁ୍ୟଟର ଆପ୍ଲିକେଶନ ସେଣ୍ଟର (ଓକାକ୍‍) ସାଧାରଣ ପରିଚାଳକଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ବିଭାଗର ପରଫରମାନ୍ସ ଟ୍ରାକିଂ ସେଲ ଅଧିକାରୀ ମିହିର କୁମାର ଦାସ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର ଡିଗ୍ରୀ ତଥା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ (ୟୁଜି) ଓ ସରକାରୀ ବିଶ୍ୱ ବିଦ୍ୟାଳୟର ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ପାଇଁ ଜୁଲାଇ ପହିଲାରୁ ଆବେଦନ ଆରମ୍ଭ ହୋଇପାରେ । ସମସ୍ତ ପ୍ରକାରର ବୈଷୟିକ ପ୍ରସ୍ତୁତି ଶେଷ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

    ସେହିପରି ଆସନ୍ତା ୨୮ ତାରି୍‍ରେ ସାମ୍ସ ପ୍ରକଳ୍ପକୁ ନେଇ ହୋଇଥିବା ଚୁକ୍ତିର ସମୟସୀମା ମଧ୍ୟ ଶେଷ ହେବ । ବୈଷୟିକ କାର୍ଯ୍ୟ ସାରିବାସହ ଚୁକ୍ତି ବିଷୟରେ ଆବଶ୍ୟକ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଚଳିତ ୨୦୨୦-୨୦୨୧ ଶିକ୍ଷାବର୍ଷରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା ପରୀକ୍ଷା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook