Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    : ପୃଥିବୀ କକ୍ଷପଥ ଛାଡିଲା ଆଦିତ୍ୟ L1

    Share on :
    ajab-Image
    Date: Sep 19, 2023    Views: 3031

    ନୂଆଦିଲ୍ଲୀ: ପୃଥିବୀ କକ୍ଷପଥ ଛାଡିଲା ଆଦିତ୍ୟ L1 । ଲାଗରେଞ୍ଜ ପଏଣ୍ଟ ଆଡକୁ ମୁହାଁଇଲା ଭାରତର ସୂର୍ୟ୍ୟଯାନ ଆଦିତ୍ୟ L1 । ଗତକାଲି ରାତି ୨ ଟା ସମୟରେ ସଫଳତାର ସହ ପୃଥିବୀର ପଞ୍ଚମ କକ୍ଷପଥ ପରିବର୍ତ୍ତନ କରି ଆଦିତ୍ୟ L1 ଲାଗରେଞ୍ଜ ପଏଣ୍ଟ ଆଡକୁ ଯାତ୍ରା ଆରମ୍ଭ କରିଛି । ଏନେଇ ଇସ୍ରୋ ପକ୍ଷରୁ ଶୋସିଆଲ ମିଡିଆ ସାଇଟ ଏକ୍ସରେ ସୂଚନା ଦିଆଯାଇଛି ।
    ପୃଥିବୀ ଓ ସୂର୍ୟ୍ୟ ମଝିରେ ରହିଛି ଏହି ଲାଗ୍ରାଞ୍ଜ ପଏଣ୍ଟ । ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରୁ ବାହାରି ଯାଇଛି ଆଦିତ୍ୟ L1। ଲାଗ୍ରାଞ୍ଜିଆନ୍ ପଏଣ୍ଟ ଚାରିପଟରେ ଏକ ହାଲୋ କକ୍ଷପଥରେ ମହିକାଶଯାନକୁ ଅବସ୍ଥାପିତ କରାଯିବ । ଆଦିତ୍ୟ L1 ମହାକାଶଯାନ ସୂର୍ୟ୍ୟ ଉପରେ ଅଧିକ ଅଧ୍ୟୟନ କରିବ । ଏଥିରେ ରହିଛି ୭ଟି ଭିନ୍ନ ଭିନ୍ନ ପେଲୋଡ୍ । ୪ଟି ସୂର୍ୟ୍ୟଙ୍କ ଆଲୋକକୁ ଦେଖିବ ଓ ୩ଟି ପେଲୋଡ୍ ପ୍ଲାଜମା ଓ ଚୁମ୍ବକୀୟ କ୍ଷେତ୍ରର ପରିମାପ କରିବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook