Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବେ କଂଗ୍ରେସ ସଂସଦୀୟ ଦଳର ନେତା ଅଧିର ରଞ୍ଜନ

    Share on :
    ajab-Image
    Date: Jun 3, 2023    Views: 3168

    ଭୁବନେଶ୍ୱର: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଖବର ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବହୁ ଉଚ୍ଚପଦସ୍ଥ ଅଧିକାରୀ ଏବେ ଦୁର୍ଘଟଣାସ୍ଥଳ ବାହାନଗା ପରିଦର୍ଶନ କରିଛନ୍ତି ।

    ଏହି ପରିପ୍ରେକ୍ଷୀରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଅପରାହ୍ନ ୪.୧୫ରେ ସେ ଏକ ସ୍ୱତନ୍ତ୍ର ବିମାନରେ  ଚଣ୍ଡିଗଡ଼ ରୁ ଓଡ଼ିଶା ଅଭିମୁଖେ ବାହାରିବେ । ସନ୍ଧ୍ୟା ସାଢେ଼ ୬ଟାରେ ସେ ବାଲେଶ୍ୱରରେ ପହଞ୍ଚିବେ । ରାତି ସାଢେ଼ ୧୦ଟାରେ ଶ୍ରୀ ଚୌଧୁରୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ୧୧ଟା ୪୫ରେ ସେଠାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ । ବାହାନଗାର ଫେରିବା ପରେ ଶ୍ରୀ ଚୌଧୁରୀ ଟ୍ରିଡେଣ୍ଟ ହୋଟେଲରେ ରାତ୍ରଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସକାଳ ୭ଟା ୪୫ରେ ସେ ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଚଣ୍ଡିଗଡ଼ ଅଭିମୁଖେ ଯିବେ ବୋଲି ସୂଚନା ମିଳିଛି ।  

    Maximum 500 characters

    ତାଜା ଖବର View all

    Find Us on Facebook