Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବାହା ହେଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ

    Share on :
    ajab-Image
    Date: May 26, 2023    Views: 3136

    ନୂଆଦିଲ୍ଲୀ:  ୬୦ ବର୍ଷ ବୟସରେ ପୁଣି ଥରେ ବାହା ହେଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ । ଆସାମର ରୂପାଲି ତାଙ୍କର ନୂଆ ଜୀବନସାଥୀ ହୋଇଛନ୍ତି । ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୂପାଲି ବରୁଆଙ୍କ ସହ ଗୁରୁବାର ବିବାହ ହୋଇଛି ।ଅନେକ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଏବଂ ଅନ୍ୟାନ୍ୟ ଅନେକ ଆଂଚଳିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏହି ଅଭିନେତା ପୁଣି ଥରେ ରୁପାଲିଙ୍କ ପ୍ରେମରେ ପାଗଳ ହୋଇଛନ୍ତି । ଜାତୀୟ ପୁରସ୍କାର ବିଜେତା ଅଭିନେତା ଆଶିଷ ବିଦ୍ୟାର୍ଥୀ ପୂର୍ବରୁ ଅଭିନେତ୍ରୀ ଶକୁନ୍ତଳା ବରୁଆଙ୍କ ଝିଅ ରାଜୋଶୀ ବରୁଆଙ୍କୁ ବିବାହ କରିଥିଲେ । ଗୌହାଟ୍ଟିିରେ ରହୁଥିବା ବିଦ୍ୟାର୍ଥୀଙ୍କ ପତ୍ନୀ ରୁପାଲି କୋଲକାତାର ଏକ ବଡ଼ ଫ୍ୟାସନ୍ ଷ୍ଟୋର ସହ ଜଡ଼ିତ ଅଛନ୍ତି । ଆଶିଷ ଓ ରୂପାଲିଙ୍କ ପରିବାର ଓ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
    ଏହି ବିବାହ ଦୁଇଟି ସଂସ୍କୃତି, କେରଳ ଓ ଆସାମର ଏକ ମିଶ୍ରଣ ଥିଲା । ବିବାହ ନିମନ୍ତେ ଆସାମୀ ଲଳନା ରୂପାଲି ସକାଳ ସାଢ଼େ ୬ଟାରେ ପ୍ରସ୍ତୁତ ହେବା ଆରମ୍ଭ କରିଥିଲେ ଏବଂ କେରଳ ବାସିନ୍ଦା ଆଶିଷ ଧଳା ଓ ସୁନା ମୁଣ୍ଡୁ ସହିତ ଏକ ସୁନ୍ଦର ଧଳା ମେଖେଲା ପିନ୍ଧି ନିଜକୁ ସଜାଇଥିଲେ । ଅଭିନେତା ଆଶିଷ କହିଛନ୍ତି, ତାଙ୍କ ଜୀବନର ଏହି ପର୍ୟ୍ୟାୟରେ ରୁପାଲିଙ୍କୁ ବିବାହ କରିବା ଏକ ଅସାଧାରଣ ଅନୁଭବ । ସକାଳେ କୋର୍ଟ ମ୍ୟାରେଜ୍ ହୋଇଥିଲା ଏବଂ ସନ୍ଧ୍ୟାରେ ପାରମ୍ପରିକ ରୀତିରେ ବିବାହ ହେଲା ବୋଲି ଆଶିଷ କହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook