Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୟଙ୍କର ସଡକ ଦୁର୍ଘଟଣା , ୭ ମୃତ

    Share on :
    ajab-Image
    Date: May 24, 2023    Views: 3843

    ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର କିଶତୱାଡ ଜିଲ୍ଲାରେ ବୁଧବାର ଦିନ ଏକ ଭୟଙ୍କର ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗାଡି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିବାରୁ ୭ଜଣଙ୍କ ମୃତ୍ୟୁ ହୋଇଛି । ଅଧିକାରୀ ସୂଚନା ମୁତାବକ କିଶତୱାଡ ଜିଲ୍ଲା ଦଚ୍ଚନ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି । ସକାଳ ୮.୩୫ ମିନିଟ ସମୟରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଏବେ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।
    କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଟ୍ୱିଟ୍ କରି ଏହି ଦୁର୍ଘଟଣା ବାବଦରେ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି କି ଦୁର୍ଘଟଣା ସ୍ଥଳକୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ମୁତାବକ ଡାଙ୍ଗଦୁରୁ ପରିଯୋଜନା ସ୍ଥଳରେ ଏଭଳି ଦୁର୍ଘଟଣା ହୋଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook