Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସ୍କୁଟିକୁ ଧକ୍କା ଦେଲା ସ୍କର୍ପିଓ, ୪ ମୃତ

    Share on :
    ajab-Image
    Date: May 31, 2023    Views: 4480

    ଲକ୍ଷ୍ନୌ :  ସ୍କୁଟିକୁ ଧକ୍କା ଦେଲା ସ୍କର୍ପିଓ । ୧୦୦ ମିଟର ଯାଏଁ ଘୋଷାଡି ହୋଇଗଲା ସ୍କୁଟି ।  ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଘଟିଛି ଏହି ଦୁର୍ଘଟଣା । ମଧ୍ୟରାତ୍ରୀରେ ଖୀପ୍ରଗତିରେ ଯାଉଥିବା ଏକ ସ୍କର୍ପିଓ ରାସ୍ତାରେ ଏକ ସ୍କୁଟିକୁ ଧକ୍କା ଦେଇଥିଲା । ସ୍କୁଟିରେ ଦମ୍ପତିଙ୍କ ସହ ୨ ପିଲା ସ୍କୁଟିରେ ରହିଥିଲେ ।

    ସ୍କର୍ପିଓ ଏତେ ଜୋରରେ ଧକ୍କା ଦେଇଥିଲା ଯେ ସ୍କୁଟିରେ ଥିବା ସମସ୍ତେ  ୧୦୦ମିଟର ଯାଏଁ ଘୋଷାରି ହୋଇଯାଇଥିଲେ । ସ୍କର୍ପିଓ ଯାଇ ଏକ ଗଛ ସହିତ ଧକ୍କା ହେବା ପରେ ଅଟକିଥିଲା । ଆଉ ଏହାପରେ ସମସ୍ତଙ୍କୁ ସ୍କର୍ପିଓରୁ  ଟାଣି ବାହାର କରାଯାଇଥିଲା ।

    ଏହାପରେ ଲୋକମାନେ ଦମ୍ପତି ଏବଂ ଉଭୟ ପିଲାଙ୍କୁ ବାହାର କରି ତୁରନ୍ତ ଡାକ୍ତରଖାନାକୁ ପଠାଇଲେ । ମେଡିକାଲରେ ଡାକ୍ତରମାନେ ଚାରିଜଣଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସର ସୂଚନା ଅନୁଯାୟୀ ସ୍କୁଟି ଡ୍ରାଇଭର ସୀତାପୁରର ୩୫ ବର୍ଷିୟ ରାମ ସିଂ ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ରାମ ସିଂଙ୍କ ପତ୍ନୀ ଏବଂ ତାଙ୍କର ଦୁଇ ପିଲା ଅଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook