ମୁଖ୍ୟ ଖବର
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଗଛରେ ପିଟି ହୋଇ ଜଳି ଯାଇଛି। ଫଳରେ କାର୍ରେ ଥିବା ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।
ଆଜି ସକାଳେ କାର୍ଟି ହରଦା ଜିଲ୍ଲାର ନୌସର ଗାଁ ଅତିକ୍ରମ କରୁଥିଲା। ଉକ୍ତ ସମୟରେ ଡ୍ରାଇଭରଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ଖୁବ୍ ଜୋରରେ ପିଟି ହୋଇଥିଲା। ଏହା ପରେ ସାଙ୍ଗେ ସାଙ୍ଗେ କାର୍ଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଛି।ନିଆଁ ଏତେ ଜୋରରେ ବ୍ୟାପି ଯାଇଥିଲା ଯେ, ପ୍ରତ୍ୟକ୍ଷଦର୍ଶୀ ବହୁ ଚେଷ୍ଟା କରିବି କାର୍ରୁ କାହାକୁ ଉଦ୍ଧାର କରି ପାରି ନ ଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ କାର୍ରୁ ୪ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ମୃତଦେହକୁ ଉଦ୍ଧାର କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
Comments ସମସ୍ତ ମତାମତ