Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପିକଅପ୍ ସହ ଆମ୍ବୁଲାନ୍ସର ଧକ୍କା, ୫ ମୃତ

    Share on :
    ajab-Image
    Date: Nov 21, 2026    Views: 3192

    ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାରାବାଙ୍କୀ ଜିଲ୍ଲାର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଶନିବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ପିକଅପ୍ ଗାଡ଼ି ସହ ଆମ୍ବୁଲାନ୍ସର ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଆମ୍ବୁଲାନ୍ସଟି ରାଜସ୍ଥାନର ଜୟପୁରରୁ ଏକ ମୃତଦେହ ନେଇ ପଶ୍ଚିମବଙ୍ଗ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ଡ୍ରାଇଭର ସାମିଲ ରହିଛନ୍ତି ।
    ସୂଚନା ଅନୁଯାୟୀ, ଶନିବାର ସକାଳ ପ୍ରାୟ ୬ଟା ୩୦ ମିନିଟ୍ ସମୟରେ ସୁବେହା ଥାନା ଅନ୍ତର୍ଗତ ଗେରାଁୱା ଗାଁ ନିକଟରେ ଦୁର୍ଘଟଣା ଘଟିଛି । ଜୟପୁରରୁ ଅଜିଜୁଲ ହକ୍ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ନେଇ ଆମ୍ବୁଲାନ୍ସଟି ପଶ୍ଚିମବଙ୍ଗ ଯାଉଥିଲା । ଆମ୍ବୁଲାନ୍ସରେ ମୃତଦେହ ସହ ପରିବାରର ତିନି ଜଣ ସଦସ୍ୟ ଏବଂ ଦୁଇ ଜଣ ଡ୍ରାଇଭର ଥିଲେ ।

    ଏହି ସମୟରେ ଏକ ଦ୍ରୁତଗାମୀ ପିକଅପ୍ ଗାଡ଼ି ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଆମ୍ବୁଲାନ୍ସରେ ଥିବା ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୋଲିସ ଓ ୟୁପିଇଡିଏର ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ହାଇଦରଗଡ଼ ସିଏଚ୍ସିକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ସମସ୍ତ ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

    ଦୁର୍ଘଟଣା ପରେ ପୋଲିସ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ, ଏହି ଦୁର୍ଘଟଣା କିପରି ଘଟିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook