ମୁଖ୍ୟ ଖବର
କେନ୍ଦୁଝର: ପୋଲ ତଳକୁ ଖସିଲା ସ୍କୁଲ୍ ଭ୍ୟାନ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ଟଳିଗଲା ବଡ଼ ବିପଦ। କେନ୍ଦୁଝର ଟାଉନ୍ ଥାନା ବାଁପାର ନିକଟ ଅରଡେଇ ନଦୀ ପୋଲରେ ଘଟିଛି ଏହି ଦୁର୍ଘଟଣା। ହଠାତ୍ ଭାରସାମ୍ୟ ହରାଇ ପ୍ରାୟ ୧୫ ଫୁଟ୍ ତଳକୁ ଖସିପଡ଼ିଲା ଏକ ସ୍କୁଲ୍ ଭ୍ୟାନ୍।
ସ୍କୁଲରୁ ପିଲାମାନଙ୍କୁ ଆଣିବା ପାଇଁ ସହର ଅଭିମୁଖେ ଯାଉଥିବା ବେଳେ ଘଟିଥିଲା ଏହି ଅଘଟଣ। ତେବେ ସବୁଠାରୁ ଆଶ୍ୱସ୍ତିର କଥା, ଦୁର୍ଘଟଣା ସମୟରେ ଭ୍ୟାନ୍ ରେ କୌଣସି ଛାତ୍ରଛାତ୍ରୀ ନଥିଲେ। ଫଳରେ ଏକ ବଡ଼ ଅଘଟଣ ଟଳିଯାଇଛି। ଏଥିରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।
Comments ସମସ୍ତ ମତାମତ