Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଖାଇକୁ ଖସିଲା ବୋଲେରୋ-ବସ୍‌, ୧୨ ମୃତ

    Share on :
    ajab-Image
    Date: Nov 17, 2026    Views: 2674

    ନୂଆଦିଲ୍ଲୀ:  ଭୟଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁର ତାଣ୍ଡବ ।  ଦୁଇ ଦୁଇଟି ଦୁର୍ଘଟଣାରେ ଚାଲିଗଲା ୧୨ ଜୀବନ । ୨୦ରୁ ଅଧିକ ଆହତ । ଉତ୍ତରାଖଣ୍ଡରେ ଦୁଇଟି ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ରୁଦ୍ରପ୍ରୟାଗରେ ବୋଲେରୋ ଖାଇକୁ ଖସି ୪ ଜଣଙ୍କ ମୃତ୍ୟୁ ହୋଇଛି । ଋଷିକେଶ ବଦ୍ରିନାଥ ହାଇୱେରେ ବସ୍‌ ଖାଇକୁ ଖସି ୮ ଜଣଙ୍କର ଜୀବନ ଯାଇଛି । ଅନେକ ଆହତ ହୋଇ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି । ଦୁଇଟି ଘଟଣା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
    ପୋଲରୁ ୧୦୦ ମିଟର ତଳକୁ ଖସିଲା ବସ୍- ଆଜି ସକାଳୁ ସକାଳୁ ଋଷିକେଷ-ବଦ୍ରିନାଥ ହାଇୱେର ଗୁଲର ବଜାର ପାଖରେ ଏକ ଯାତ୍ରୀବାହୀ ବସ୍ କଣ୍ଟ୍ରୋଲ୍ ହରାଇ ପୋଲ ଉପରୁ ୧୦୦ ମିଟର ତଳକୁ ଖସି ପଡ଼ିଛି । ଘଟଣାର ସୂଚନା ପାଇବା ମାତ୍ର ଏସଡିଆରଏଫ ପୋଷ୍ଟ ବ୍ୟାସି ଏବଂ ଧଲୱାଲାର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ବସ୍‌ରେ ପ୍ରାୟ ୩୦ରୁ ୩୫ ଜଣ ଲୋକ ଥିଲେ । ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ୭ ଜଣଙ୍କ ଚିକିତ୍ସା ଜାରି ରହିଛି । ଏସଡିଆରଏଫ କମାଣ୍ଡର ଅର୍ପଣ ଯଦୁବଂଶୀଙ୍କ ନିର୍ଦ୍ଦେଶରେ ତୁରନ୍ତ ଘଟଣାସ୍ଥଳକୁ ଅତିରିକ୍ତ ଟିମ୍ ପଠାଯାଇଛି ଯାହା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବ। ବର୍ତ୍ତମାନ ଘଟଣାସ୍ଥଳରେ ପୁଲି୍ସ ଫୋର୍ସ ଉପସ୍ଥିତ ଅଛନ୍ତି ।

    ରୁଦ୍ରପ୍ରୟାଗରେ ସୋମବାର ଏକ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଜନପଦର ବାସାବଡ଼ା-କଣଡାରା ମୋରଟ ମାର୍ଗରେ ଗୋଟିଏ ବୋଲେରୋ ନିୟନ୍ତ୍ରଣ ହରାଇ ହାଇୱେ ଉପରୁ ୫୦୦ମିଟର ଖାଇକୁ ଖସିଥିଲା । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ୬ ଜଣ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ସମୟରେ ବୋଲେରୋରେ ୧୦ ଜଣ ଲୋକ ଥିଲେ । ସମସ୍ତେ ବିବାହ ସମାରୋହରେ ସାମିଲ ହୋଇ ଗାଁକୁ ଫେରୁଥିଲେ । ଏହି ସମୟରେ ରାସ୍ତାରେ ଜଗି ବସିଥିଲା ମୃତ୍ୟୁ । କଣ୍ଟ୍ରୋଲ୍ ହରାଇ ବୋଲେରୋ ସିଧା ଖାଇକୁ ଖସିଥିଲା । ଦୁର୍ଘଟଣାର ସୂଚନା ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଡିଡିଆରଏଫ, ଏସଡିଆରଏଫ ଏବଂ ସ୍ଥାନୀୟ ପୁଲିସ୍ ଟିମ୍ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଅନ୍ଧାର ଥିବାରୁ ରେସ୍କ୍ୟୁ ଅପରେସନରେ ସମସ୍ୟା ହୋଇଥିଲା । ତଥାପି ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା । ୬ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook