Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଟ୍ରାକ୍ଟର ଚଢ଼ିଗଲା: ଜଣେ ମୃତ

    Share on :
    ajab-Image
    Date: Nov 11, 2026    Views: 3084

    ପାଟଣା: କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ-ସୋରାସକେଳା ରାସ୍ତାର ମୂଷାଖୋରୀ ପାଣି ଟାଙ୍କି ନିକଟରେ ବୁଧବାର ପୂର୍ବାହ୍ନରେ ଟ୍ରାକ୍ଟର ୨ଜଣ ସାଇକେଲ ଆରୋହୀଙ୍କ ଉପରେ ଓଡି ୦୯ଏ ବି ୨୫୭୭ ନମ୍ବର ବିଶିଷ୍ଟ ଏକ ଟ୍ରାକ୍ଟର ଚଢ଼ିଯିବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।
    ମୃତକ ଜଣକ ହେଉଛନ୍ତି ସାରାସ କୋଲା ପଞ୍ଚାୟତ ଖାମୁଁଆ ରତନପୁର ଗ୍ରାମର ଚନ୍ଦନ ନାଏକ(୧୮) ଓ ଗୁରୁତର ପପୁ ଦଳେଇ (୨୩)। ଉଭୟ ସାଇକେଲ ଯୋଗେ ମଲ୍ଲିପଶିରୁ ରତନପୁରକୁ ଯାଉଥିବା ସମୟରେ ପଛ ପଟୁ ଏକ ଟ୍ରାକ୍ଟର ଆସି ମୂଷାଖୋରୀ ପାଣି ଟାଙ୍କି ନିକଟରେ ଭାରସାମ୍ୟ  ପ୍ରଥମେ ସାଇକେଲକୁ ଧକ୍କା ଦେବା ପରେ ସାଇକେଲ ଆରୋହୀଙ୍କ ଉପରେ ବିଲ ଭିତରେ ଓଲଟି ପଡ଼ିଥିଲା । ଟ୍ରାକ୍ଟର ତଳେ ଚାପି ହୋଇ ଚନ୍ଦନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ପପୁଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯିବା ପରେ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଡାହାଣ ଗୋଡ ଭାଙ୍ଗି ଥିବା ଜଣାପଡ଼ିଛି।ପାଟଣା ପୋଲିସ ପକ୍ଷରୁ ଏସ୍‌ଆଇ ଲକ୍ଷ୍ମଣ ମାଝୀ, ଏଏସ୍‌ଆଇ ଧନେଶ୍ୱର ପାତ୍ର, ଫାୟାର ଅଫିସର ଗୌର ହେମ୍ରମ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜବତ କରି ତଦନ୍ତ କରୁଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook