Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାସ୍ତା ଉପରେ ଜଳିଗଲା କାର୍‍, ୬ ଜୀବନ୍ତ ଦଗ୍ଧ

    Share on :
    ajab-Image
    Date: Nov 9, 2026    Views: 3082

    ମୁଜାଫରନଗର,:  ଉତ୍ତରପ୍ରଦେଶର ମୁଜାଫର ନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା ଉପରେ ଜଳିଗଲା କାର୍‍ । ୬ ଜୀବନ୍ତ ଦଗ୍ଧ । ସୂଚନା ଅନୁସାରେ, ସୋମବାର ସକାଳେ, ପାନିପତ-ଖାତିମା ରାଜପଥରେ ଏକ କାର୍ ଶାମଲିରୁ ମୁଜାଫରନଗର ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା । ଟିଟାଭି ଥାନା ଅଞ୍ଚଳର ଜାଗାହେରୀ ସେତୁ ନିକଟରେ, କାରଟି ନିୟନ୍ତ୍ରଣ ହରାଇ ଏକ ଡିଭାଇଡରରେ ଧକ୍କା ଦେଇଥିଲା ଏବଂ ରାସ୍ତାର ଅନ୍ୟ ପାର୍ଶ୍ୱରେ ଓଲଟି ପଡ଼ିଥିଲା । 

    ତେବେ ଏହି ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା । ଏହି ଭୟଙ୍କର ଦୁର୍ଘଟଣା ପରେ କାର୍ ରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଏତେ ପ୍ରଚଣ୍ଡ ଥିଲା ଯେ କାର୍ ଭିତରେ ଥିବା ଯାତ୍ରୀମାନେ ବାହାରକୁ ବାହାରିବାର କୌଣସି ସୁଯୋଗ ମିଳି ନଥିଲା । ଫଳରେ ଗାଡ଼ି ଭିତରେ ପୋଡ଼ି ହୋଇ ୬ ଜଣଙ୍କର  ମୃତ୍ୟୁ ଘଟିଛି । 
    ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଏକ ଶିଶୁ ରହିଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହ  ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରିନାହିଁ । ଏହି ଅଘଟଣ ନେଇ  ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook