ମୁଖ୍ୟ ଖବର
ନୂଆଦିଲ୍ଲୀ: କୋଲକାତା ଦୁର୍ଗାପୂଜା ମଣ୍ଡପ ଦଳାଚକଟା ଭିତରେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶ ଗ୍ବାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ୨୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଜି ଭୋରୁ ଶୀତଳା ମା ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମନ୍ଦିର ନିକଟରେ ଶ୍ରଦ୍ଧାଳୁ ଏକାଠି ହୋଇଥିବା ବେଳେ କଣ୍ଟ୍ରୋଲ ହରାଇ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ପୁଲିସ ଚେକ୍ ପଏଣ୍ଟକୁ ଭାଙ୍ଗି ଶ୍ରଦ୍ଧାଳୁଙ୍କ ଉପରେ ଟ୍ରକଟି ଚଢିଗଲା । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଭିତରେ ପୁଲିସ୍ କର୍ମୀ ଥିବା ସୂଚନା ମିଳିଛି । ସେମାନେ ଦୁର୍ଘଟଣା ସମୟରେ ଡ୍ୟୁଟିରେ ଥିଲେ ।
ବ୍ୟାରିକେଟ୍ ଭାଙ୍ଗି ଚଢିଗଲା ଟ୍ରକ- ଏସଏସବି ଧର୍ମବୀର ସିଂହ କହିଛନ୍ତି, ଚିନୋରରୁ ମନ୍ଦିରକୁ ଯାଉଥିବା ରାସ୍ତା ଭଲ ନାହିଁ । ଏହି ମାର୍ଗରେ ଯାନବାହାନ ଚଳାଚଳ ନିଷୋଧ କରାଯାଇଛି । ଶନିବାର ବିଳମ୍ବିତ ରାତିରେ ଏକ ଧାନ ଭର୍ତ୍ତି ଟ୍ରକ୍ ସେଠାରେ ଅଟକି ଯାଇଥିଲା । ଟ୍ରକଟି ପୁଲିସ୍ ବ୍ୟାରିକେଟ୍ ଭାଙ୍ଗି ହଠାତ୍ ନିୟନ୍ତ୍ରଣ ହରାଇଥିଲା । ଏହା ପରେ ମନ୍ଦିର ବାହାର କାନ୍ଥ ଏବଂ ଫାଟକ ସହିତ ଧକ୍କା ହୋଇଥିଲା । ରାସ୍ତାରେ ଥିବା ଶ୍ରଦ୍ଧାଳୁମାନେ ଟ୍ରକ୍ ତଳେ ଚାପି ହୋଇଯାଇଥିଲେ । ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ୨୯ରୁ ଅଧିକ ଜଣ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି । ଦୁର୍ଘଟଣାରେ ଡ୍ୟୁଟିରେ ଥିବା ପୁଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।
Comments ସମସ୍ତ ମତାମତ