Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୋଲରୁ ଖସିଲା ମିନିବସ୍‌, ୮ ମୃତ

    Share on :
    ajab-Image
    Date: Oct 17, 2026    Views: 2857

    ନୂଆଦିଲ୍ଲୀ:  ରାଜସ୍ଥାନ କୋଟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ନୟନ୍ତ୍ରଣ ହରାଇ  ପୋଲ ଉପରୁ ଖସିପଡ଼ିଲା ବସ୍ । ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି  ।  ମଧ୍ୟପ୍ରଦେଶରୁ ଖାଟୁଶ୍ୟାମ ମନ୍ଦିରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।  ବସ୍ ଝରକା ଭାଙ୍ଗି ଆହତମାନଙ୍କୁ ଉଦ୍ଧାର କରାଯାଇଛି । ଜିଲ୍ଲାପାଳ ପୀୟୁଷ ସମାରିୟା ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି । ମିନି ବସ୍‌ରେ ଭୋପାଳର ୨୧ ଜଣ ଥିଲେ । ଯେଉଁଥିରେ ବୃଦ୍ଧ ଏବଂ ପିଲା ବି ଥିଲେ । ଖାଟୁଶ୍ୟାମ ମନ୍ଦିର ଦର୍ଶନ କରିବାକୁ ଯାଉଥିଲେ । 

    ଟ୍ରାଭେଲରଟି ଭୋପାଳରୁ ଖାଟୁଶ୍ୟାମଜୀ ଅଭିମୁଖେ ଯାତ୍ରା କରୁଥିଲା । ଏହା କରାଡିଆ ଟୋଲ୍ ରୁ କିଛି କିଲୋମିଟର ଦୂରରେ ଥିବା ଏକ କଲଭର୍ଟରୁ ୧୫ ଫୁଟ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ଆହତମାନଙ୍କ ମଧ୍ୟରୁ ଅନେକଙ୍କୁ ଚେତାଶୂନ୍ୟ ଅବସ୍ଥାରେ ହସପିଟାଲ୍  ଅଣାଯାଇଥିଲା । ସେମାନଙ୍କୁ ସିପିଆର (CPR) ଦିଆଯାଇଥିଲା। ଅନେକଙ୍କୁ ଅକ୍ସିଜେନ ସପୋର୍ଟରେ ମଧ୍ୟ ରଖାଯାଇଥିଲା । ଅଧିକାଂଶ ଆହତଙ୍କ ମୁଣ୍ଡରେ ଆଘାତ ଲାଗିଛି । ସେମାନଙ୍କ ହାତ ଏବଂ ଗୋଡରେ ମଧ୍ୟ ଫ୍ରାକ୍ଚର ହୋଇଛି । ଅଧିକାଂଶ ଆହତ ସିଟ୍ ମଝିରେ ଫସି ରହିବା ଯୋଗୁଁ ଏପରି  ହୋଇଛି । ବସ୍ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଜିଲ୍ଲାପାଳ ପୀୟୁଷ ସାମରିଆ ଏବଂ କୋଟା ରେଞ୍ଜ ଆଇଜି ହରେନ୍ଦ୍ର ମହାୱାର ଏମବିଏସ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook