ମୁଖ୍ୟ ଖବର
ସ୍କୁଟର ଉପରେ ଚଢ଼ିଗଲା କାର୍ । ଚାଲିଗଲା ୩ ଜଣ ଶିକ୍ଷାର୍ଥୀଙ୍କ ଜୀବନ। ରବିବାର ରାତି ପ୍ରାୟ ୨ଟା ବେଳେ କେରଳର କୋଚି ବିମାନ ବନ୍ଦର ନିକଟରେ ଘଟିଛି ଏହି ଦୁର୍ଘଟଣା।ମୃତକଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ଯୁବତୀ। ମୃତକମାନେ ହେଉଛନ୍ତି - ୱ।ୟନାଡର ଦେବୀକା, ପାଲକ୍କଡର ଗୋପୀନାଥ ଓ କର୍ଣ୍ଣାଟକାର ଇଜାଜ। ସେମାନେ କୋଚି ନିକଟସ୍ଥ ତ୍ରିକ୍କାକାରାରେ ଏକ କମ୍ପାନୀରେ କାମ ମଧ୍ୟ କରୁଥିଲେ।ସେମାନେ ଏକ ଚା' ଦୋକାନରେ ଚା ପିଇ ସ୍କୁଟିରେ ଘରକୁ ଫେରିବା ବେଳେ ଘଟିଥିଲା ଦୁର୍ଘଟଣା। ଦ୍ରୁତ ଗତିରେ ଆସୁଥିବା ଏକ କାର ସେମାନଙ୍କୁ ପିଟି ଦେଇଥିଲା। କାର ଡ୍ରାଇଭରଙ୍କ ନାଁ ସୁହୈଲ ସଜୀବ। ତାଙ୍କୁ ପୁଲିସ ନିଜ ହେପାଜତକୁ ନେଇଛି। ସେ ନିଶାରେ ଥାଇ ଗାଡ଼ି ଚଲାଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେ ବ୍ୟୟ ପିଇଥିଲେ ବୋଲି ପୁଲିସକୁ କହିଥିଲେ। ତେବେ ତାଙ୍କ ରକ୍ତ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛି। ସେ କେବଳ ମଦ ପିଇଥିଲେ ନା ଆଉ କିଛି ନିଶା ଦ୍ରବ୍ୟ ମଧ୍ୟ ସେବନ କରିଥିଲେ, ତାହା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।ଅନ୍ୟପକ୍ଷରେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିବା ବେଳେ ସେ ବାରମ୍ବାର କହିଥିଲେ ଯେ ତାଙ୍କ ବାପା ସବୁ ହ୍ୟାଣ୍ଡେଲ କରିଦେବେ। କାରଟିଏ ସୁହୈଲଙ୍କ ବାପାଙ୍କ ନାମରେ ରହିଛି। ତେବେ ତାଙ୍କ ନାଁରେ ବୈଧ ଡ୍ରାଇଭିଙ୍ଗ ଲାଇସେନ୍ସ ରହିଛି।
ପୁଲିସ ସୁହୈଲଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ମୃତକଙ୍କ ସାଙ୍ଗମାନେ ତାଙ୍କୁ ଆକ୍ରମଣ କରିଥିଲେ। ପୁଲିସ ହସ୍ତକ୍ଷେପ କରି ସୁହୈଲଙ୍କୁ ସୁରକ୍ଷିତ ଭାବେ ସେଠାରୁ ଥାନାକୁ ନେଇଥିଲା।
Comments ସମସ୍ତ ମତାମତ