Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟ୍ରକ ଓ ଟାଟା ମ୍ୟାଜିକ ମୁହାଁମୁହିଁ ଧକ୍କା, 8 ମୃତ

    Share on :
    ajab-Image
    Date: Sep 11, 2026    Views: 2634

    ନାନ୍ଦେଡ: ଟ୍ରକ ଓ ଟାଟା ମ୍ୟାଜିକ ଧକ୍କାରେ ଚାଲିଗଲା 8 ଜଣଙ୍କ ଜୀବନ । ଏମିତି ଏକ ଦୁଃଖଦ ଘଟଣା ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାରୁ ଆସିଛି । ଦୁର୍ଘଟଣାରେ ଅନେକ ଆହତ ହୋଇଛନ୍ତି । ନାନ୍ଦେଡ ଭୋକର ରାଜପଥରେ ଭାକଡ ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ମାନେ ହେଉଛନ୍ତି ପାଣ୍ଡୁରଙ୍ଗ ୱାଘମାରେ, ଲକ୍ଷ୍ମୀବାଇ ୱାଘମାରେ, ସଇଦ ଅଲତମାଶ, ଶୈଖ ଫିରୋଜ ଓ ବଲୱାନ ପାୱାର । ଆହତଙ୍କ ମଧ୍ୟରେ ଅଧିକାଂଶ ଗୁରୁତର ଥିବା ପୋଲିସ ସୂଚନା ଦେଇଛି ।

    ସୀତାଖଣ୍ଡି ଘାଟ ନିକଟରେ ଗୁରୁବାର ସନ୍ଧ୍ୟା 7ଟାରେ ଦୁର୍ଘଟଣା ଘଟିଥିବା ପୋଲିସ କହିଛି । ମୃତକଙ୍କ ପରିଚୟ ଖୋଜୁଛି ପୋଲିସ । ଆହତ ମାନଙ୍କୁ ଭୋକର ଓ ନାନ୍ଦେଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ପରେ ନାନ୍ଦେଡ ଭୋକର ରାଜପଥ ସମ୍ପୂର୍ଣ୍ଣ ଜାମ୍‌ ହୋଇଯାଇଥିଲା । ନାନ୍ଦେଡ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଭିଡକୁ ନିୟନ୍ତ୍ରଣ କରିଛି ।

    ଘଟଣାରୁ ପ୍ରକାଶ ଯେ ନାନ୍ଦେଡରୁ ଏକ ଟାଟା ମ୍ୟାଜିକ ଭ୍ୟାନ ଭୋକର ଅଭିମୁଖେ ଯାଉଥିବାବେଳେ ସାମନା ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାର ମାତ୍ରା ଏତେ ଭୟଙ୍କର ଥିଲା ଯେ ଟାଟା ମ୍ୟାଜିକଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଟ୍ରକ ଭିତରେ ପଶିଯାଇଥିଲା । ଦୁର୍ଘଟଣା ଖବର ପାଇବା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଭାଙ୍ଗିରୁଜି ଯାଇଥିବା ଗାଡି ମଧ୍ୟରୁ ମୃତାହତଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ । ଏହାପରେ ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପ୍ରତ୍ୟକ୍ଷଦର୍ଶୀ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook