Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଓଲଟିଲା ପିକଅପ୍; 6 ମୃତ

    Share on :
    ajab-Image
    Date: Sep 7, 2026    Views: 3249

    ବାଗପତ(ଉତ୍ତରପ୍ରଦେଶ): କ୍ୟାଣ୍ଟର (ମିନି-ଟ୍ରକ୍‌)କୁ ଧକ୍କା ଦେଇ ଓଲଟି ପଡିଲା ତୀର୍ଥଯାତ୍ରୀ ଭର୍ତ୍ତି ଥିବା ପିକ୍‌ଅପ୍‌ ଭ୍ୟାନ୍‌ । ଦୁର୍ଘଟଣାରେ ଜଣେ ନାବାଳିକା ସମେତ 6 ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ସେହିପରି 25 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ତୀର୍ଥଯାତ୍ରୀ ବଦାୟୁଁର ବାସିନ୍ଦା ଥିଲେ । ଉତ୍ତରପ୍ରଦେଶର ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସୱେ ବଡ଼ାଗାଓଁ ଟୋଲ ନିକଟରେ ରବିବାର ବିଳମ୍ବିତ ରାତିରେ ଏହି ବଡ଼ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରୀମାନେ ରାଜସ୍ଥାନରେ ବାଗର ଧାମରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ବଦାୟୁଁର ଆଲହାପୁର ଗାଁର ତାର୍ଥଯାତ୍ରୀମାନେ ରାଜସ୍ଥାନର ବାଗର ଧାମକୁ ତୀର୍ଥଯାତ୍ରାରେ ଯାଇଥିଲେ । ଗତକାଲି ବିଳମ୍ବିତ ରାତିରେ ପିକଅପ୍ ଭ୍ୟାନରେ ଘରକୁ ଫେରୁଥିଲେ । ବଡ଼ାଗାଓଁ ନିକଟ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସୱେରେ ଏକ କ୍ୟାଣ୍ଟର ସହ ପିକଅପ୍ ଭ୍ଯାନ ଧକ୍କା ହୋଇଥିଲା । ପରେ ପିକଅପ୍‌ଟି ଏକ ଡିଭାଇଡରରେ ଧକ୍କା ହୋଇ ଓଲଟି ପଡ଼ିଥିଲା । ଅଧିକାଂଶ ତୀର୍ଥଯାତ୍ରୀ ଗାଡ଼ି ତଳେ ଚାପି ହୋଇଯାଇଥିଲେ ।ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକ ଏବଂ ପଥଚାରୀଙ୍କ ସହାୟତାରେ ଓଲଟି ପଡ଼ିଥିବା ପିକଅପ୍ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲା । କିନ୍ତୁ ସେତେବେଳକୁ ଜଣେ ନାବାଳିକା ସମେତ 6 ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଆହତମାନଙ୍କୁ ତୁରନ୍ତ ଖେକଡା କମ୍ୟୁନିଟି ହେଲ୍ଥ ସେଣ୍ଟର (CHC) ଏବଂ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଅବସ୍ଥାରେ ଥିବା କିଛି ଲୋକଙ୍କୁ ଦିଲ୍ଲୀ ଏବଂ ମିରଟର ହସ୍ପିଟାଲକୁ ପଠାଯାଇଛି । ଦୁର୍ଘଟଣା ସମୟରେ ପିକଅପ୍‌ରେ ମୋଟ 32 ଜଣ ଥିବା ଜଣାପଡ଼ିଛି ।

    ବାଗପତ ଏସପି ସୁରଜ କୁମାର ରାୟ କହିଛନ୍ତି, "ଏପର୍ଯ୍ୟନ୍ତ ମୃତକଙ୍କ ମଧ୍ୟରୁ କେବଳ ଜଣଙ୍କର ପରିଚୟ ମିଳିପାରିଛି । ସେ ଆଲହାପୁରର ରାମେଶ୍ୱର । ଅନ୍ୟ ମୃତକଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚାଲିଛି । ପୋଲିସ ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ CHC ଖେକଡା, CHC ବାଗପତ ଏବଂ ବାଗପତ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । କିଛି ଗୁରୁତର ଆହତ ବ୍ୟକ୍ତିଙ୍କୁ ଉତ୍ତମ ଚିକିତ୍ସା ପାଇଁ ଦିଲ୍ଲୀ ପଠାଯାଇଛି ।"

    Maximum 500 characters

    ଦେଶ ବିଦେଶ View all

    Find Us on Facebook