Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭୟଙ୍କର ସଡ଼କ ଦୁର୍ଘଟଣା, ୪ ଗୁରୁତର

    Share on :
    ajab-Image
    Date: Sep 6, 2026    Views: 2993

    ଧାମନଗର:ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ନିକଟରେ ରବିବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ପ୍ରଥମେ ଏକ ଅଟୋକୁ ଧକ୍କା ଦେବା ପରେ ଡିଭାଇଡରରେ ପିଟି ହୋଇଥିବା ଜଣାପଡ଼ିଛି।ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

    ସୂଚନା ଅନୁସାରେ, କାରଟି ଭୁବନେଶ୍ୱରରୁ ଉଦଳା ଅଭିମୁଖେ ଯାଉଥିବା ବେଳେ ଧାମନଗର ଛକ ନିକଟରେ ଭାରସାମ୍ୟ ହରାଇ ଅଟୋକୁ ଧକ୍କା ଦେଇଥିଲା। ଏହାପରେ କାରଟି ରାସ୍ତାର ଡିଭାଇଡରରେ ପିଟି ହୋଇଥିଲା।ଖବର ପାଇ ଧାମନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୁଲିସ ତଦନ୍ତ ଜାରି ରଖିଛି।

    Maximum 500 characters

    ତାଜା ଖବର View all

    Find Us on Facebook