Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଟ୍ରକକୁ ପିଟିଲା ବସ ! 2 ମୃତ

    Share on :
    ajab-Image
    Date: Aug 16, 2026    Views: 3511

    ସମ୍ବଲପୁର: ସ୍ୱାଧୀନତା ଦିବସରେ ବସ ଯାତ୍ରା ସାଜିଲା ଶେଷ ଯାତ୍ରା । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବାଟରେ ଛକି ବସିଥିଲା ଯମ । ଜିଲ୍ଲାରେ ଜାତୀୟ ରାଜପଥ (55)ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଟ୍ରକକୁ ପଛପଟୁ ପିଟିଥିଲା ସରକାରୀ ବସ । ଏହି ଭୟଙ୍କର ଦୁର୍ଘଟଣାରେ 2 ଜଣଙ୍କ ଜୀବନ ଯାଇଥିବା ବେଳେ 12 ଜଣରୁ ଅଧିକ ଆହତ ହୋଇଛନ୍ତି ।
    ଜିଲ୍ଲାର ଜୁଯୁମୁରା ଥାନା ଗରଗଡ଼ବାହାଲ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଟ୍ରକକୁ ପଛପଟୁ ପିଟିଲା OSRTCର ଯାତ୍ରୀବାହୀ ବସ l ଆଜି ଭୋର ପ୍ରାୟ 4ଟା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି l
     ବସଟି ଆଜି ପୁରୀରୁ ସମ୍ବଲପୁର ଦେଇ ବରଗଡ଼ ଜିଲ୍ଲା ପଦ୍ମପୁର ଆଡକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା l 10ରୁ 12 ଜଣ ଯାତ୍ରୀ ଆହତ ହୋଇଥିବା ବେଳେ 2 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ମୃତକ ହେଲେ ବୁର୍ଲା ସହରର ପ୍ରୀତି ସୁମନ ପ୍ରଧାନ ଓ ବରଗଡ଼ ଜିଲ୍ଲାର ବୁଡେନ ଅଞ୍ଚଳର ଦୀପକ କୁମାର ଦାସ । ଜୁଯୁମୁରା ଥାନା ଅଧିକାରୀ ଅନିମା ଏକ୍କା ଏହି ସୂଚନା ଦେଇଛନ୍ତି l ଜୁଯୁମୁରା ଥାନା ଅଧିକାରୀ ଅନିମା ଏକ୍କାଙ୍କ ଅନୁସାରେ, "ଟ୍ରକକୁ ବସଟି ଓଭର ଟେକ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥାଇ ପାରେ l"ତେବେ ସମସ୍ତ ଆହତଙ୍କୁ ପ୍ରଥମେ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ପରେ ବୁର୍ଲା ଭୀମସାର ମେଡିକାଲକୁ ଚିକିତ୍ସା ପାଇଁ ସମସ୍ତ ଆହତଙ୍କୁ ପଠାଯାଇଛି l ଦୁର୍ଘଟଣା ସ୍ଥଳରେ ଜୁଯୁମୁରା ପୋଲିସ ପହଂଚି ତଦନ୍ତ ଜାରି ରଖିଛି l

    Maximum 500 characters

    ରାଜ୍ୟ ଖବର View all

    Find Us on Facebook