Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୬ ମୃତ

    Share on :
    ajab-Image
    Date: Aug 16, 2026    Views: 2584

    ଲାତେହାର : ଝାଡ଼ଖଣ୍ଡର ଲାତେହାର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଚାନ୍ଦୱା ଥାନା ଅନ୍ତର୍ଗତ ଲୁକୁଇୟା ଘାଟିରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ଟ୍ରେଲର ନିୟନ୍ତ୍ରଣ ହରାଇ ଗୋଟିଏ ବାଇକ୍ ଓ ଟେମ୍ପୋକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା କ୍ଷଣି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲା। ବର୍ତ୍ତମାନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ସମସ୍ତ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ କରିବାକୁ ଉଦ୍ୟମ ଚାଲିଛି।
    କହି ରଖୁଛୁ କି , ଏହାର ଗୋଟିଏ ଦିନ ପୂର୍ବରୁ ଗୟା-ଦେଓଘର ମୁଖ୍ୟ ରାସ୍ତାର କୋଡରମା ଜିଲ୍ଲା ସତଗାୱାଁ ସ୍ଥିତ ପୋଖରଡିହା ମୋଡ଼ ନିକଟରେ, ସକାଳ ୪ଟାରେ କାଉଡ଼ିଆଙ୍କୁ ନେଇ ଯାଉଥିବା ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ତିନି ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇ ଥିଲା। ମୃତକଙ୍କ ମଧ୍ୟରେ ୧୦ ବର୍ଷର ଶିଶୁ ଶିବମ୍ କୁମାର ଏବଂ ତାଙ୍କର ସମ୍ପର୍କୀୟ ଜେଜେ ବାପା ଓ ଜେଜେମା ଥିଲେ। ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ କୋଡରମା ସଦର ହସ୍ପିଟାଲକୁ ରେଫର କରାଯାଇ ଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook