Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଟ୍ରକ୍‌କୁ ପିଟିଲା ବସ୍‌, ୧୦ ଯାତ୍ରୀ ଗୁରୁତର

    Share on :
    ajab-Image
    Date: Jul 24, 2026    Views: 3432

    ଧର୍ମଶାଳା: ବ୍ରେକ୍ ଡାଉନ୍ ଟ୍ରକ ପଛ ପିଟି ହେଲା ନାଇଟ କୋଚ୍ ଯାତ୍ରୀବାହୀ ବସ। ବସରେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଗୋପାଳପୁର ନିକଟରେ ଘଟିଛି ।
    ସୂଚନା ମୁତାବକ, 'ସନା ଟ୍ରାଭେଲସ' ନାମକ ଏକ ଯାତ୍ରୀବାହୀ ନାଇଟ କୋଚ ବସ ଭୁବନେଶ୍ୱରରୁ କଲିକତା ଅଭିମୁଖେ ଯାଉଥିଲା। ତେବେ ୧୬ନଂ ଜାତୀୟ ରାଜପଥର ଗୋପାଳପୁର ନିକଟରେ ରାଜପଥ ଉପରେ ପୂର୍ବରୁ ଛିଡା ହୋଇ ରହିଥିବା ଏକ ଟ୍ରକ ପଛ ପଟେ ଧକ୍କା ଦେଇଥିଲା। ଫଳରେ ଟ୍ରକରେ ଥିବା ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସେମାନଙ୍କୁ ଗାଡି ଭିତରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ମେଡିକାଲ ପଠାଯାଇଥିବା ସୂଚନା ମିଳିଛି। ତେବେ ଗାଡ଼ିରେ ଥିବା ଅନ୍ୟ ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ବେଳେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଖବର ପାଇ ଧର୍ମଶାଳା ଓ କୁଆଖିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook