Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍‌, ୩ ମୃତ

    Share on :
    ajab-Image
    Date: Jul 17, 2026    Views: 3091

    ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ସ୍କୁଲ ଗାଡ଼ି ପାସେଞ୍ଜର ଟ୍ରେନର ସମ୍ମୁଖୀନ ହେବା ଫଳରେ ୨ ଜଣ ସ୍କୁଲ ଛାତ୍ରଙ୍କ ସମେତ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି । ପୂର୍ବ ରେଳବାଇର ସିଆଲଦା ଡିଭିଜନ ଅନ୍ତର୍ଗତ ମୁର୍ଶିଦାବାଦର ବହରମପୁର ଥାନା ଅଞ୍ଚଳରେ ଥିବା କର୍ଣ୍ଣସୁବର୍ଣ୍ଣ ଏବଂ ଗୋବିନ୍ଦପୁର ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଏକ ଲେଭଲ କ୍ରସିଂରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ସ୍କୁଲ ଛାତ୍ର ଥିବାବେଳେ ଜଣେ ସାଇକେଲ ଆରୋହୀ ।   

    ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏକ ଘରୋଇ ସ୍କୁଲର ଗାଡ଼ି ପିଲାମାନଙ୍କୁ ନେଇ ଯାଉଥିବା ସମୟରେ ଲେଭଲ କ୍ରସିଂର ଗେଟ୍ ଖୋଲା ଥିଲା । ଗାଡ଼ିଟି ଟ୍ରାକ୍ ପାର୍ ହେଉଥିବା ବେଳେ ସାମ୍ନା ପଟୁ ଆସୁଥିବା 'ନିମତିତା-କାଟୋୟା' ପାସେଞ୍ଜର ଟ୍ରେନ ଏହାକୁ ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ସ୍କୁଲ ଗାଡ଼ିଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, "ପୂର୍ବରୁ ଏକ ଅପ୍-ଲାଇନ ଟ୍ରେନ୍ ଯିବା ପାଇଁ ଗେଟ୍ ବନ୍ଦ କରାଯାଇଥିଲା । ଟ୍ରେନ ଚାଲିଯିବା ପରେ ଗେଟ୍ ଖୋଲି ଦିଆଯାଇଥିଲା, ମାତ୍ର ଦ୍ୱିତୀୟ ଲାଇନରେ ଅନ୍ୟ ଏକ ଟ୍ରେନ୍ ଆସୁଥିଲେ ମଧ୍ୟ ଗେଟ୍ ବନ୍ଦ କରାଯାଇ ନଥିଲା । ରେଳବାଇ ଗେଟ୍‌ମ୍ୟାନଙ୍କ ଚରମ ଅବହେଳା ଯୋଗୁଁ ହିଁ ଏହି ଦୁର୍ଘଟଣା ଘଟିଛି ।"

    ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗାଡ଼ି ଭିତରେ ଫସି ରହିଥିବା ପିଲାମାନଙ୍କୁ ବାହାର କରିଥିଲେ । ସମସ୍ତ ଆହତଙ୍କୁ ପ୍ରଥମେ କର୍ଣ୍ଣସୁବର୍ଣ୍ଣ ବ୍ଲକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ମୁର୍ଶିଦାବାଦ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୁଲିସ ଓ ରେଳବାଇର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ମର୍ମନ୍ତୁଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook