Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଧକ୍କା ଦେଲା ଟ୍ରକ , ଦମ୍ପତି ମୃତ

    Share on :
    ajab-Image
    Date: Jul 17, 2026    Views: 2665

    ବ୍ରହ୍ମପୁର : ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା । ରାସ୍ତା ପାର ହେଲା ବେଳେ ଟ୍ରକ ଦେଲା ଧକ୍କା। ଟ୍ରକ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ୱାମୀ ହରିଶ୍ଚନ୍ଦ୍ର ଦାସ ଓ ସ୍ତ୍ରୀ ପରି ଦାସ । ଦୁର୍ଘଟଣା ପରେ ଉତ୍ତେଜନା ଦେଖା ଦେଇଛି।

    ଗୋଳନ୍ଥରା ଥାନା ଅଧିନସ୍ଥ ରଣ୍ଢା  ସାହିର ହରିଶ୍ଚନ୍ଦ୍ର ଦାସ ଓ ସ୍ତ୍ରୀ ପରି ଦାସ ବୁଧବାର ସକାଳେ ଜାତୀୟ ରାଜପଥ ପାର ହୋଇ ଡାକ୍ତରଖାନାକୁ ଯାଉଥିଲେ। ଏହି ସମୟରେ ଦମ୍ପତିଙ୍କୁ ପ୍ରଥମେ କାର ପରେ ଟ୍ରକ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହରିଶ୍ଚନ୍ଦ୍ର ଓ ପରି ଦାସଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ଗୋଳନ୍ଥରା ପୋଲିସ ଓ ଅନ୍ୟ ପୋଲିସ ଅଧିକାରୀ ପହଂଚି ଘଟଣାର ତଦନ୍ତ. କରୁଛନ୍ତି। ତେବେ ଏହି ଘଟଣା ପରେ କ୍ଷତି ପୂରଣ ଓ ଓଭରବ୍ରିଜ ନିର୍ମାଣ ଦାଵୀରେ ଅଞ୍ଚଳବାସୀଙ୍କ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook