Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପିକଅପ ଧକ୍କାରେ ଶ୍ରମିକ ମୃତ

    Share on :
    ajab-Image
    Date: Jul 6, 2026    Views: 3160

    ରାଉରକେଲା: ପିକଅପ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ହେଉଛନ୍ତି ରାଉରକେଲା ନେତାଜୀ ନଗର ଅଂଚଳର l ଆଜି ସକାଳ ପ୍ରାୟ ସାଢେ ୯ଟାରେ କଲୁଙ୍ଗା କୋକାକୋଲା କାରଖାନା ସମ୍ମୁଖ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା  l ବ୍ରାହ୍ମଣୀ ତରଙ୍ଗ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଜିଏଚ ପଠାଇଛି l
    ମୃତ ଯୁବକ ନିକଟସ୍ଥ କାରଖାନାରେ କାମ କରନ୍ତି l ଡ୍ୟୁଟି ସାରି ନିଜ ବାଇକ (ଓଆର ୧୪ କେ - ୫୦୪୧) ରେ ଘରକୁ ଫେରୁଥିଲେ l ପଛରୁ ଦ୍ରୁତ ଗତିରେ ଆସୁଥିବା ପିକଅପ ( ଓଡି ୧୪ ଏଅଫ - ୭୯୩୯)  କୋକାକୋଲା କାରଖାନା ନିକଟରେ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook