ମୁଖ୍ୟ ଖବର
ନୂଆଦିଲ୍ଲୀ: ରାଜସ୍ଥାନ ଦୌସାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଋଷିକେଶରୁ ଇନ୍ଦୋର ଯାଉଥିବା ଏକ ଟୁରିଷ୍ଟ ବସ୍କୁ ଏକ ଟ୍ରେଲର ଧକ୍କା ଦେବା ଫଳରେ ଛାତିଥରା ଦୁର୍ଘଟଣା ଘଟିଛି । ଯାତ୍ରୀ ଗଭୀର ନିଦରେ ଶୋଇଥିବାବେଳେ ଦୁର୍ଘଟଣା ଘଟିଛି । ଟ୍ରଲର ଧକ୍କାରେ ଜଳିଯାଇଛି ବସ୍ । ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇ୍ତି । ବସରେ ମୋଟ୍ ୩୭ ଜଣ ଯାତ୍ରୀ ଥିଲେ । ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସରକାରୀ ଭାବରେ ସ୍ପଷ୍ଟ ହୋଇନାହିଁ ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, କୋଲଭା ପୁଲିସ, ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପୁଲିସ ବସ୍ ଭିତରେ ଫସି ରହିଥିବା ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା । ଅଧିକାଂଶ ଯାତ୍ରୀଙ୍କୁ ସମୟ ମଧ୍ୟରେ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା । ଅନେକ ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ମେଡିକାଲକୁ ପଠାଯାଇଥିଲା । ଆହତଙ୍କ ମଧ୍ୟରେ ମହିଳା ଏବଂ ପିଲାଙ୍କ ସଂଖ୍ୟା ଅଧିକ ବୋଲି ଜଣାପଡିଛି । ୭ ଜଣ ଯାତ୍ରୀ ଜଳିଯିବାରୁ ଆଖି ବୁଜିଛନ୍ତି ।ସ୍ଲିପର ବସ୍ଟି ଋଷିକେଶରୁ ଇନ୍ଦୋର ଯାଉଥିଲା । କେହି ଜଣେ ଓଭରଟେକ୍ କରିବାରୁ ୨ ଗାଡି ମଧ୍ୟରେ ଧକ୍କା ହୋଇଥିବା ଅନୁମାନ କରାଯାଉଛି । ଦୁର୍ଘଟଣାଟି ରାତି ୨:୩୦ ରୁ ୩:୦୦ ମଧ୍ୟରେ ଘଟିଛି ।
ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍ ଏବଂ ଟ୍ରେଲରକୁ ଜବତ କରିଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି । ଏକ୍ସପ୍ରେସୱେରୁ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛନ୍ତି । ସ୍ଥାନୀୟ ଲୋକମାନେ ଉଦ୍ଧାର ଏବଂ ଅଗ୍ନିଶମ ବାହିନୀର ପହଞ୍ଚିବାରେ ବିଳମ୍ବ ପାଇଁ ଦାୟୀ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବସ୍ ର ଷ୍ଟୋରେଜ୍ ବଗିଟି ସିଗାରେଟ୍ ପ୍ୟାକେଟରେ ଭର୍ତ୍ତି ଥିଲା, ଯାହା ନିଆଁକୁ ଦ୍ରୁତ ଗତିରେ ବ୍ୟାପିବାର କାରଣ । ବସ୍ ଡ୍ରାଇଭର ନିଦରେ ଶୋଇ ପଡ଼ିଥିବା ପୁଲିସ୍ ସନ୍ଦେହ କରୁଛି ।
ଦୁର୍ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଶୋକ ପ୍ରକାଶ କରିଛନ୍ତି । ଏକ୍ସରେ ପୋଷ୍ଟ କରି ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପୀଡ଼ି ପରିବାରଙ୍କୁ ସମବେତନା ଜଣାଇଛନ୍ତି । ଆହତଙ୍କ ତୁରନ୍ତ ଚିକିତ୍ସା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ପରିସ୍ଥିତି ସମୀକ୍ଷା କରିଛନ୍ତି ।
Comments ସମସ୍ତ ମତାମତ