Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଟ୍ରକ–ବାଇକ ଧକ୍କା , ୨ ଜଣଙ୍କ ମୃତ୍ୟୁ

    Share on :
    ajab-Image
    Date: Jun 7, 2026    Views: 2970

    ସୋର : ବାଇକକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ଅନୁସାରେ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିବାବେଳେ ସୋର ଥାନ ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ନିକଟରେ ପଛରୁ ଆସିଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା ।

    ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ଥାନୀୟ ଲୋକେ ଟ୍ରକ ଚାଳକକୁ କାବୁ କରି ସୋର ପୁଲିସକୁ ହସ୍ତାନ୍ତର କରିଥିଲେ । ପୁଲିସ ଘଟଣାସ୍ଥଳରୁ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଶବ ଜବତ କରି ସୋର ଡାକ୍ତରଖାନାରେ ବ୍ୟବଛେଦ ପାଇଁ ରଖିଥିବା ଜଣାପଡ଼ିଛି । ଦୁଇ ଜଣଙ୍କର ପରିଚୟ ମିଳିନାହିଁ ।

    Maximum 500 characters

    ତାଜା ଖବର View all

    Find Us on Facebook