ମୁଖ୍ୟ ଖବର
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲ୍ଲାରେ ଆଜି ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଅତି କମରେ ନଅ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଦ୍ରୁତଗାମୀ ଟ୍ରକ୍ ବିପରୀତ ଦିଗରୁ ଆସୁଥିବା ଏକ ଟାଟା ମ୍ୟାଜିକ୍ ଗାଡ଼ି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ଯାତ୍ରୀମାନଙ୍କ ମୃତ୍ୟୁ ଘଟିଥିଲା। ଆହତ ଯାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଟାଟା ମ୍ୟାଜିକ୍ ଗାଡ଼ିରେ ଦୁଇ ଜଣ ମହିଳା ସମେତ ୧୦ ଜଣ ଯାତ୍ରା କରୁଥିଲେ। ଜିଲ୍ଲା ମୁଖ୍ୟାଳୟରୁ ୪୦ କିଲୋମିଟର ଦୂର ପିଲିଭିତ-ବସ୍ତି ରାଜପଥର ଆଦାଲିସପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ ଟାଟା ମ୍ୟାଜିକ୍ ଗାଡିର ଆଗ ଏବଂ ପଛ ସିଟ୍ରେ ବସିଥିବା ଲୋକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଅନେକ ଯାତ୍ରୀ ସିଟ୍ ମଝିରେ ଫସି ଯାଇଥିଲେ, ଯେତେବେଳେ ଦୁଇ ଜଣ ରାସ୍ତାରେ ଛିଟିକି ପଡ଼ିଥିଲେ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା। ଗାଡ଼ିଟି ଲଖିମପୁରରୁ ସିସାୟା ଅଭିମୁଖେ ଯାଉଥିବା ବେଳେ ବହରାଇଚ୍ ରୁ ଆସୁଥିବା ଏକ ଟ୍ରକ୍ ସାମ୍ନାରୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
Comments ସମସ୍ତ ମତାମତ