ମୁଖ୍ୟ ଖବର
ଛତିଶଗଡ଼ : ଛତିଶଗଡ଼ର କାଙ୍କେର ଜିଲ୍ଲାରେ ୩୦ ନଂ ଜାତୀୟ ରାଜପଥ ସ୍ଥିତ ନଥିଆ ନୱାଗାଓଁ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଦୁଇ କାର ମୁହାଁମୁହିଁ ଧକ୍କା ହେବା ପରେ ଘଟିଥିବା ଏହି ଦୁର୍ଘଟଣାରେ ୬ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜିଲ୍ଲାର ପୁଲିସ ଅଧିକ୍ଷକ ନିଖିଲ ଅଶୋକ କୁମାର ଘଟଣାର ସତ୍ୟାସତ୍ୟ ପ୍ରକାଶ କରି କହିଛନ୍ତି ଯେ ଦୁର୍ଘଟଣାଟି ବିଳମ୍ବିତ ରାତି ପ୍ରାୟ ୧୧ଟାରେ ଘଟିଥିଲା। ଆହତମାନଙ୍କୁ କାଙ୍କେର ମେଡିକାଲରେ ଭର୍ତ୍ତି କରାଯାଇଛି। ମୁହାଁମୁହିଁ ଧକ୍କାରେ ସମ୍ପୃକ୍ତ ଉଭୟ କାର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ଏବଂ ସେଗୁଡ଼ିକୁ ଜବତ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Comments ସମସ୍ତ ମତାମତ