Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅଟୋ ଓଲଟି ଜଣେ ମୃତ, ୪ ଗୁରୁତର

    Share on :
    ajab-Image
    Date: Mar 30, 2026    Views: 2972

    ଯୁଯୁମୁରା: ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅଞ୍ଚଳର ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳ ୮ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଏକ ଅଟୋକୁ ପଛରୁ ଏକ ଟ୍ରକ୍‌ ଧକ୍କା ଦେବାରୁ ଅଟୋଟି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକା ହେଲେ ବୀରସିଂହଗଡ଼ର ବେଦ ଖରସେଲ (୫୫)। ଅନ୍ୟ ଆହତଙ୍କ ପରିଚୟ ଏପର୍ୟ୍ୟନ୍ତ ମିଳି ପାରିନାହିଁ।ସୂଚନା ଅନୁଯାୟୀ, ବୀରସିଂହଗଡ଼ରୁ ୧୨ ଜଣ ଯାତ୍ରୀଙ୍କୁ ନେଇ ଅଟୋଟି ମାନେଶ୍ୱର ସାପ୍ତାହିକ ବଜାରକୁ ଯାଉଥିଲା। ଏହି ସମୟରେ ପଛରୁ ଆସୁଥିବା ଟ୍ରକ୍‌ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା।
    ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଉଭୟ ଗାଡ଼ିକୁ ଜବତ କରିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook