Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବସକୁ ଧକ୍କା ଦେଲା ଟ୍ରକ୍, ୧୩ ଜୀବନ୍ତ ଦଗ୍ଧ

    Share on :
    ajab-Image
    Date: Mar 26, 2026    Views: 2571

    ନୂଆଦିଲ୍ଲୀ:ଆନ୍ଧ୍ରପ୍ରଦେଶର ମାର୍କପୁରମରେ ଭୟଙ୍କର ସଡ଼କ ଦୁର୍ଘଟଣା। ବସକୁ ଧକ୍କା ଦେଲା ଟ୍ରକ୍। ଫଳରେ ୧୩  ଜଣ ଜୀବନ୍ତ ଦଗ୍ଧ । ଏନେଇ ଖବର ପାଇ ପୁଲିସ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି।

    ରିପୋର୍ଟ ଅନୁଯାୟୀ, ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ବସ୍ ଟି ଏକ ଟ୍ରକ ସହିତ ଧକ୍କା ହୋଇଥିଲା, ଯାହା ପରେ ଡିଭାଇଡରରେ ଧକ୍କା ହୋଇ ଓଲଟି ପଡ଼ିଥିଲା। ବସ୍ ଟି ହଠାତ୍ ନିଆଁ ଲାଗିଯାଇଥିଲା, ଯାହା ଫଳରେ ଯାତ୍ରୀମାନେ ଖସି ପଳାଇ ପାରି ନଥିଲେ। ଦୁର୍ଘଟଣାରେ ଦଶ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଅନୁସାରେ, ଆହତମାନେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

    ହାଇଦ୍ରାବାଦରୁ ପାମୁର ଯାଉଥିବା ଘରୋଇ ଟ୍ରାଭେଲ ବସକୁ ଚିମାକୁର୍ତ୍ତିରୁ ପଥର ବୋଝେଇ କରି ନେଉଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା। ଧକ୍କା ଫଳରେ ଉଭୟ ଗାଡ଼ିରେ ନିଆଁ ଲାଗି ପାଉଁଶ ହୋଇଯାଇଥିଲା। ରିପୋର୍ଟ ଅନୁଯାୟୀ ଏହି ଘରୋଇ ଟ୍ରାଭେଲ୍ ବସ୍ରେ ପ୍ରାୟ ୪୦ ଜଣ ଯାତ୍ରୀ ଯାଉଥିଲେ। ସେମାନଙ୍କ ମଧ୍ୟରୁ ୧୩  ଜଣ ପୋଡ଼ି ମୃତ୍ୟୁବରଣ କରିଛନ୍ତି।
    ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିୟନ୍ତ୍ରଣକୁ ଆସିବା ପୂର୍ବରୁ ଗାଡିଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ କାନିଗିରି ଏବଂ ପାମୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ସ୍ଥାନୀୟ ଲୋକ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଛି। ପୁଲିସ କହିଛି ଯେ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook