ମୁଖ୍ୟ ଖବର
ଗଞ୍ଜାମ : ଗଞ୍ଜାମର ସୋରଡ଼ା ଥାନା ପାଟପଲ୍ଲୀ ଗାଁ ନିକଟ ବାଉଁଶିଆ ଛକ ଠାରେ ଭୟଙ୍କ ସଡ଼କ ଦୁର୍ଘଟଣା। ଗୋଟିଏ ସରକାରୀ ବସ୍ ଓ ବୁଲେଟ ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୁଲେଟରେ ଯାଉଥିବା ୩ ଜଣ ଯାକ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି। ମୃତକ ମାନେ ହେଲେ ମାଣିଆକାଟି ଗ୍ରାମର ଶଙ୍କର ଗୌଡ, କାଳିଆ ଗୌଡ ଓ ଶିଲୁ ମୁଳି। ସୂଚନା ମୁତାବକ, ଶଙ୍କର, କାଳି ଓ ଶିଲୁ ବୁଲେଟ ଯୋଗେ ସୋରଡ଼ା ଯାଇଥିଲେ। ସୋରଡ଼ାରେ କାମ ସରିବା ପରେ ସେମାନେ ବୁଲେଟ ଯୋଗେ ମାଣିଆକାଟି ଗାଁରେ ଥିବା ଘରକୁ ଫେରୁଥିଲେ। ତେବେ ବାଉଁଶିଆ ଛକ ନିକଟରେ ଠାରେ ଘଟିଥିଲା ବଡ଼ ଅଘଟଣ। ଭାରସାମ୍ୟ ବୁଲେଟି ସାମ୍ନାରୁ ଆସୁଥିବା ସରକାରୀ ବସରେ ପିଟି ହୋଇ ଯାଇଥିଲେ।ଦୁର୍ଘଟଣାରେ ବୁଲେଟର ସାମ୍ନା ପଟ ଚୂରମାର ହୋଇ ଯାଇଥିବା ବେଳେ ୩ ଜଣ ଯାକ ଯୁବକ ବସର ଚକ ତଳେ ପଡ଼ି ଯାଇଥିଲେ। ସେମାନଙ୍କ ଉପରେ ବସ ମାଡ଼ି ଯିବାରୁ ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇ ଯାଇଥିଲା। ବସ୍ର ସାମ୍ନା ପଟ ମଧ୍ୟ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ଅଗ୍ନିଶମ ବାହିନୀ ଓ ସୋରଡ଼ା ପୁଲିସ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିଥିଲା। ମୃତ ଦେହକୁ ଉଦ୍ଧାର କରି ସୋରଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।
Comments ସମସ୍ତ ମତାମତ