Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭୁବନେଶ୍ବର ଆଇଗିଣିଆରେ ମର୍ମନ୍ତୁଦ ଦୁର୍ଘଟଣା

    Share on :
    ajab-Image
    Date: Mar 13, 2026    Views: 3419

     ଭୁବନେଶ୍ବର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ। ପରିବା କିଣିବାକୁ ଯିବା ବେଳେ ଭୁବନେଶ୍ବର ଆଇଗିଣିଆରେ ଧକ୍କା ଦେଲା ଅଜଣା ଗାଡି। ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହେଲା ଗାଡି ଚାଳକ। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। 

    ମହିଳାଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ପାଖରୁ ମିଳିଥିବା ମୋବାଇଲ ମାଧ୍ୟମରେ ପରିବାର ଲୋକଙ୍କୁ ଯୋଗାଯୋଗ କରୁଛି ପୋଲିସ। ସିସିଟିଭି ଆଧାରରେ ତଦନ୍ତ କରୁଛି ପୋଲିସ୍। କାର ଓ ଚାଳକକୁ ଧରିବାକୁ ପୋଲିସ ଛାନଭିନ୍ କରୁଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook