Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୋଲ ତଳକୁ ଖସିଲା କାର, ୫ ଆହତ

    Share on :
    ajab-Image
    Date: Mar 6, 2026    Views: 3426

    ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ର ନିର୍ମଳା ଗ୍ରାମ୍ୟଛକ ନିକଟରେ ଶୁକ୍ରବାର ସକାଳେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି।ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ଓଡି-୧୯-ପି-୭୫୧୧ ନମ୍ବର ବିଶିଷ୍ଟ କାରଟି କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା କଡ଼ ଲୁହା ବାରିକେଟ କୁ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ବ୍ୟାରିକେଟ ଭାଙ୍ଗି କାରଟି ପୋଲ ତଳକୁ ଖସିପଡ଼ିଥିଲା। ଫଳରେ ଡ୍ରାଇଭରଙ୍କ ସମେତ କାରରେ ଥିବା ୫ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଉଦ୍ଧାର କରି ପ୍ରଥମେ ମଙ୍ଗଳପୁର ମେଡିକାଲ ଓ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook