Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍

    Share on :
    ajab-Image
    Date: Feb 23, 2026    Views: 2715

    ଭୁବନେଶ୍ବର : ରାଜଧାନୀ ଭୟଙ୍କର ସଡକ ଦୁର୍ଘଟଣା । କଳ୍ପନା ଛକ ନିକଟ ଭୁବନେଶ୍ୱର କୋର୍ଟ ଆଗରେ ହିଟ୍ ଆଣ୍ଡ ରନ୍ । ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା ଇନୋଭା କାର୍ । ଗୁରୁତର ଅବସ୍ଥାରେ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଇନୋଭା କାର୍ ଫେରାର ହୋଇଯାଇଛି।ସୂଚନା ଅନୁଯାୟୀ, ସୋମବାର ସକାଳ ସମୟରେ ଏକ ବାଇକ୍ କୌଣସି କାମରେ ସ୍ବାମୀ-ସ୍ତ୍ରୀ ଓ ପିଲା ଯାଉଥିଲେ । ଏହି ସମୟରେ ଦ୍ରୁତ୍ଗତିରେ ଆସି ବାଇକକୁ ଧକ୍କା ଦେବା ପରେ ମହିଳାଙ୍କ ମୁଣ୍ଡରେ ମାଡ଼ିଯାଇଥିଲା କିଲର୍ ଇନୋଭା କାର। ରକ୍ତରେ ଭାସିଥିଲା କୋର୍ଟ ସମ୍ମୁଖ ରାସ୍ତା। ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କୁ ସ୍ଥାନୀୟଲୋକ ଉଦ୍ଧାର କରିଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। ତେବେ ଦୁର୍ଘଟଣା ଘଟାଇବା ପରେ ଇନୋଭା କର୍ ଚାଳକ ଘଟଣାସ୍ଥଳରୁ ଚମ୍ପଟ୍ ମରିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲେ ।ଏପିରିକି କିଛି ସମୟ ପାଇଁ ରାସ୍ତାରେ ଜାମ୍ ଲାଗି ରହିଥିଲା । ଯାହାଫଳରେ ଗାଡ଼ି ଯିବାଆସିବାରେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଟ୍ରାଫିକ୍ ସମସ୍ୟା ଦୂର ହୋଇଥିଲା। ଅନ୍ୟପଟେ କିଲର୍ ଇନୋଭା ଗାଡ଼ିକୁ ଧରିବାକୁ ପୁଲିସ ବିଭିନ୍ନ ଛକରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଥିବା ସୂଚନା ମିଳିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook