Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କାର୍‌ ଉପରେ ଓଲଟି ପଡ଼ିଲା ଟ୍ରକ୍ ଡାଲା

    Share on :
    ajab-Image
    Date: Feb 17, 2026    Views: 2483

    କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ସିଜୁକଳା ନିକଟରେ ୫୨୦ ନମ୍ବର ଜାତୀୟ ରାଜପଥ ଆଜି ସକାଳେ ଘଟିଛି ସିରିଜ୍ ଦୁର୍ଘଟଣା । ଏଥିରେ ୫ ଜଣ ଆହତ ହୋଇଛନ୍ତି।କାରରେ ଦୁଇ ଜଣ ଯୁକ୍ତ ଦୁଇ ଛାତ୍ର ପରୀକ୍ଷା ଦେବାକୁ ଯାଉଥିବା ବେଳେ ଏକ ଟ୍ରକ୍‌ର ଡାଲା କାର ଉପରେ ଓଲଟି ପଡ଼ିଥିଲା। ସେହି ସମୟରେ ପଛରୁ ଆସୁଥିବା ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ କାରରେ ପିଟି ହୋଇଯାଇଥିଲା।କାରରେ ଡ୍ରାଇଭର ଓ ଦୁଇ ପରୀକ୍ଷାର୍ଥୀଙ୍କୁ ମିଶାଇ ୩ ଜଣ ଥିଲେ।  ଡ୍ରାଇଭରଙ୍କ ନାଁ ଗଜେନ୍ଦ୍ର ମହାନ୍ତି। ତାଙ୍କ ଘର ଖେଣ୍ଡରା ଗ୍ରାମରେ। ସେ ଆହତ ହୋଇଛନ୍ତି। ସେହିପରି କାରରେ ବସିଥିବା ଦୁଇ ପରୀକ୍ଷାର୍ଥୀ ହେଉଛନ୍ତି ହେମରଞ୍ଜନ ମହାନ୍ତ ଓ ନର୍ମଦା ତନ୍ତି। ଉଭୟ ଝୁମ୍ପୁରା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଯୁକ୍ତ ଦୁଇର ଶେଷ ବର୍ଷର ଛାତ୍ରଛାତ୍ରୀ। ସେମାନେ ଚମ୍ପୁଆ ସ୍ଥିତ କେରଳା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପରୀକ୍ଷା ଦେବାକୁ ଆସୁଥିଲେ। ଛାତ୍ରଛାତ୍ରୀ ଦ୍ୱୟ ସାମାନ୍ୟ ଆହତ ହୋଇଥିବାରୁ ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସା ପରେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରରେ ଛଡ଼ା ଯାଇଥିଲା।ସେହିଭଳି ଆହତ ହୋଇଥିବା ଦୁଇ ବାଇକ୍ ଆରୋହୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭଦ୍ରକର ଅନୁପ ଜେନା।ଦୁର୍ଘଟଣାରେ କାରଟି ଚୁରମାର ହୋଇଯାଇଥିବା ବେଳେ ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ଚମ୍ପୁଆ ପୁଲିସ। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook