Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌

    Share on :
    ajab-Image
    Date: Feb 16, 2026    Views: 3139

    ବସ୍ତା: ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ ଅଦା ବୋଝେଇ ଟ୍ରକ୍‌ ଖସିପଡ଼ିଛି। ଉକ୍ତ ଟ୍ରକ୍‌ଟି ଆସାମରୁ ବିଶାଖାପାଟଣା ଯାଉଥିବାବେଳେ ବ୍ରିଜ୍‌ ଭାଙ୍ଗି ୧୫ ଫୁଟ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି।

    ମିଳିଥିବା ସୂଚନାନୁସାରେ, ଆସାମରୁ ବିଶାଖାପାଟଣା ଯାଉଥିବା ଜେକେ, ୦୨ ଡିଏମ୍‌ ୬୦୮୭ ନମ୍ବର ଏକ ଅଦା ବୋଝେଇ ଟ୍ରକ ଘନ କୁହୁଡ଼ି ଯୋଗୁ ରାସ୍ତା ଜାଣି ନ ପାରି ବ୍ରିଜ ଉପରକୁ ଉଠିଯାଇ ବ୍ରିଜ୍‌ର ବାଡ଼ ଭାଙ୍ଗି ତଳକୁ ଖସି ପଡ଼ିଥିଲା। ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ଏବଂ ହେଲପରକୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇଥିଲେ। ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ଅନୁସନ୍ଧାନ ଜାରି ରଖିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook