ମୁଖ୍ୟ ଖବର
କରଞ୍ଜିଆ: କରଞ୍ଜିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଗଲା ଟ୍ରାକ୍ଟର। ଫଳରେ ଟ୍ରାକ୍ଟର ଓଲଟି ୩ ମୃତ। ଏଥିସହ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କରଞ୍ଜିଆ ବ୍ଲକ ଖଡ଼ିକୁଦର ଗାଁରେ ଚାଲିଥିବା ବାର୍ଷିକକ୍ରୀଡା ଦେଖି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଗତକାଲି ବିଳମ୍ବିତ ରାତିରେ ମୁର୍ଗାସାହି ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ନାବାଳକ ରହିଥିବା ବେଳେ ଦୁର୍ଘଟଣାରେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ସେପଟେ ଏନେଇ ଖବରପାଇ ଅଗ୍ନିଶମ ଓ ଆମ୍ବୁଲାନ୍ସ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡ଼ିକାଲକୁ ଅଣାଯାଇଛି। ଏଥିସହ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି।
Comments ସମସ୍ତ ମତାମତ