ମୁଖ୍ୟ ଖବର
ଭୁବନେଶ୍ବର: ଭୁବନେଶ୍ୱର-ପୁରୀ ବାଇପାସ୍ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସି ବାଇକ୍କୁ ପିଟିଲା କାର୍। ଦୁର୍ଘଟଣାସ୍ଥଳରେ ବାଇକ୍ ଆରୋହୀ ମୃତ, ଅନ୍ୟ ଜଣେ ଗୁରୁତର। ମୃତକ ହେଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଚନ୍ଦ୍ରଶେଖର ମହାରଣା ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, କାରଟି ବାଇକକୁ ଧକା ଦେବା ଫଳରେ ବାଇକ୍ରେ ଥିବା ଦୁଇ ଯୁବକଙ୍କ ମଧ୍ୟରୁ ଚନ୍ଦ୍ରଶେଖର ମହାରଣାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲ। ତାଙ୍କ ସାଙ୍ଗ ଆଶିଷ ସାହୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଦ୍ରୁତଗତିରେ ଆସୁଥିବା କାରଟି ଭାରସାମ୍ୟ ହାରାଇ ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ଧଉଳି ଥାନା ପୁଲିସ ପହଞ୍ଚିଥିଲା। ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟାରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଦୁର୍ଘଟଣା ଘଟାଇ ଥିବା କାରକୁ ଧଉଳି ଥାନା ପୁଲିସ ଜବତ କରିଛି। ତେବେ କାର୍ ଭିତରେ ଜଣେ ଯୁବକଙ୍କ ସହ ଜଣେ ଯୁବତୀ ନିଶାଶକ୍ତ ଅବସ୍ଥାରେ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଅନୁମାନ କରାଯାଉଛି। ଦୁର୍ଘଟଣା ପରେ ଯୁବକଯୁବତୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।
Comments ସମସ୍ତ ମତାମତ